SIM Swap Attack : ଏକ କଲ୍ ଆସିବ, ଫେସବୁକ ଠାରୁ ଆରମ୍ଭ କରି ବ୍ୟାଙ୍କ ଆକାଉଂଟ ପର୍ଯ୍ୟନ୍ତ ହୋଇଯିବ ହ୍ୟାକ୍

58

ଆପଣ ଜାଣନ୍ତି କି ସିମ୍ ସ୍ୱାପ୍ ଆଟାକ୍ ଦ୍ୱାରା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଠାରୁ ଆରମ୍ଭ କରି ସୋସିଆଲ ମିଡ଼ିଆ ଆକାଉଂଟ ମାତ୍ର ଏକ ମିନିଟରେ ହ୍ୟାକ୍ ହୋଇଯିବ । ଆପଣ ଶୁଣିଥିବେ ଆପ୍ କିମ୍ବା ଏକ୍ସପର୍ଟ ଡିଭାଇସ୍ ଲଗାଇବା ଦ୍ୱାରା ଆପଙ୍କ ସ୍ମାର୍ଟଫୋନରେ ବଗ୍ ଆସିଯାଏ, ଯାହାଦ୍ୱାରା ଖୁବ୍ ସହଜରେ ହ୍ୟାକର ଆକାଉଂଟ ହ୍ୟାକ୍ କରିପାରନ୍ତି । କିନ୍ତୁ ଏଥିପାଇଁ ଆଉ ଏକ ଉପାୟ ଅଛି, ଯାହା ପ୍ରାୟ ୟୁଜରଙ୍କୁ ଜଣାନଥାଏ ।

ଜଣେ ବ୍ୟକ୍ତି ଆପଣଙ୍କ ମୋବାଇଲ ନମ୍ବରକୁ ଏପରି ସିମ୍ କାର୍ଡ଼ରେ ଟ୍ରାନ୍ସଫର କରେ ଯାହା ତାହା ପାଖରେ ଥାଏ, ତାକୁ ସିମ୍ ସ୍ୱାପ୍ କୁହାଯାଏ । ଏଥିରେ ଆପଣଙ୍କ ନମ୍ବରକୁ ସିମ କାର୍ଡ଼ରେ ଟ୍ରାନ୍ସଫର କରାଉଥିବା ବ୍ୟକ୍ତି ଆପଙ୍କ ଫୋନ କଲ ଠାରୁ ଆରମ୍ଭ କରି ମେସଞ୍ଜରକୁ ଆକ୍ସେସ୍ କରିପାରିବ । ଏହା ବ୍ୟତୀତ ହ୍ୟାକର ଆପଣ ସୋସିଆଲ ମିଡ଼ିଆ ଆକାଉଂଟ ତଥ୍ୟ ଓ ବ୍ୟାଙ୍କ ଆକଉାଂଟ ତଥ୍ୟ ହସ୍ତଗତ କରପାରିବ ।

ତେବେ ଆପଣଙ୍କର କିଛି ସାଧାରଣ ସୂଚନା ନେଇ ସିମ୍ ସ୍ୱାପ୍ ହୋଇପାରିବ । ଏଥିରେ ଫୋନ୍ ନମ୍ବର, ଘର ଠିକଣା ଓ କିଛି ଜରୁରୀ କାଗଜ ସାମିଲ ରହିଛି । ତେବେ ଏପରି ଆକ୍ରମଣ ପାଇଁ ମୋବାଇଲ ରିଟେଲ ସପକୁ ନିଜର ଜରିଆ କରନ୍ତି । ସେମାନେ ଏପରି ଦେଖାଇବାକୁ ଚେଷ୍ଟା କରନ୍ତି ଯେପରି ତାଙ୍କର ନମ୍ବର ଚୋରି ହୋଇଯାଇଛି କିମ୍ବା ହଜିଯାଇଛି ଏବଂ ତାଙ୍କୁ ନୂଆ ସିମରେ ତାଙ୍କର ପୁରଣା ସିମକୁ ଟ୍ରାନ୍ସଫର କରାଇବାର ଅଛି ।

ସିମ୍ ସ୍ୱାପ୍ ପ୍ରଭାବରୁ ବଂଚିବା ପାଇଁ ସିମ୍ କାର୍ଡ଼ରେ ପିନ୍ କିମ୍ବା ପାସକୋର୍ଡ଼ ସେଟ୍ କରନ୍ତୁ । ଏପରି କଲେ ଆପଣଙ୍କ ଠିକଣା ଜାଣିବା କଷ୍ଟକର ହେବ । ଅନ୍ୟପଟେ ଆପଣ ସରଳ ପାସୱର୍ଡ଼ ବ୍ୟବହାର କଲେ ମଧ୍ୟ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକ୍ ହେବାର ସମ୍ଭାବନା ରହିଛି ।

ହ୍ୟାକର୍ସ ୟୁଜରଙ୍କୁ କଲ୍ କରି ସିମରେ ଲେଖାଥିବାର ୨୦ ଅଙ୍କ ବିଶିଷ୍ଟ ନମ୍ବର ମାଗନ୍ତି । ଏହି ନମ୍ବର ସିମ୍ ପଛରେ ଲେଖାହୋଇଥାଏ । ଆଉ ନମ୍ବର ପାଇଲା ମାତ୍ରେ ହ୍ୟାର୍କସ ମୋବାଇଲ ନମ୍ବରକୁ ରେଜିଷ୍ଟ୍ରେଡ଼୍ ସିମରେ ପରିବର୍ତ୍ତନ କରିଦିଅନ୍ତି । ପ୍ରାୟତଃ ବରିଷ୍ଠ ନାଗରିକମାନେ ସିମ୍ ସ୍ୱାପ୍ ମାମଲାରେ ଶିକାର ହେବା ଅଧିକ ଦେଖାଯାଏ । ଏହା ବ୍ୟତୀତ ମହିଳାଙ୍କୁ ମଧ୍ୟ ଖୁବ ସହଜରେ ଶିକାର ବନାନ୍ତି ହ୍ୟାକର୍ସ ।