ଓଡିଆ ପୁଅର କମାଲ ! ବିକୁଥିଲେ ସିମ୍ ଏବେ ୬ହଜାର କୋଟିର ମାଲିକ ।

79

ସିଡିଆଁ ଉହେଁ ମୁବାରକ ହୋ ଜିହେଁ ଛତ ତକ ଜାନା ହେ, ମେରୀ ମଂଜିଲ ତୋ ଆସମାନ ହେ ରାସ୍ତା ମୁଝେ ଖୁଦ ବନାନା ହେ…ଏହି ଉକ୍ତିକୁ ବୁଝିବା ଯେତିକି କଷ୍ଟ, ଏହାକୁ ପାଳନ କରିବା ତା ଠାରୁ ଅଧିକ କଷ୍ଟ । କିନ୍ତୁ ଏହାକୁ ଜଣେ ବ୍ୟକ୍ତି ନିଷ୍ଠାର ସହ ପାଳନ କରିଛନ୍ତି ଆଉ କୋଟିପତି ହୋଇଛନ୍ତି ।

ଓଡିଶାର ରିତେଶ ଅଗ୍ରୱାଲ ମାତ୍ର ୨୩ ବର୍ଷରେ ‘ଓୟୋ ରୁମ’ କମ୍ପାନୀର ଏକମାତ୍ର ମାଲିକ । ଏବଂ ୬ବର୍ଷ ଭିତରେ ସେ ଏହି ସଫଳତା ପାଇଛନ୍ତି । ୨୦୦୯ରେ ରିତେଶ ଡେରାଡୁନ ଓ ମସୁରୀ ବୁଲିବାକୁ ଯାଇଥିବା ବେଳେ ଏହି ବ୍ୟବସାୟକରିବା ପାଇଁ ଯୋଜନା କରିଥିଲେ । ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା ଏବଂ ସେ ଇଂଜିନିୟରିଂ ପଢୁଥିଲେ । ତେବେ ନିଜର ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାକୁ ତାଙ୍କୁ ପାଠପଢା ଛାଡିବାକୁ ପଡିଥିଲା ଓ ଖୋଲିଥିଲେ ଗୋଟିଏ ୱେବସାଇଟ । ଯାହାର ନାଁ ଦେଇଥିଲେ ‘ଓରାଭାଲ’ ।

ଛୋଟ ବୟସରେ ବିରାଟ ସ୍ୱପ୍ନ । ଅନ ଲାଇନ ମାଧ୍ୟମରେ ବୁକିଂ କରି କମ ଟଙ୍କାରେ ଲୋକଙ୍କୁ ହୋଟେଲ ଓ ଲଜ ଯୋଗାଇବା ଏହି ୱେବସାଇଟର କାମ ଥିଲା । ଏହାର କିଛି ଦିନ ପରେ ସେ କମ୍ପାନୀର ନାଁ ବଦଳାଇ ରଖିଥିଲେ ‘ଓୟୋ ରୁମ’ ।

ଆରମ୍ଭରୁ ତାଙ୍କୁ ସିମ ବିକ୍ରୀ କରିବାକୁ ପଡୁଥିଲା । ଏବେ ଏହି କମ୍ପାନୀର ଭାରତରେ ୮,୫୦୦ହୋଟେଲରେ ୭୦ହଜାର ରୁମ ରହିଛି । ଯାହାର ମୂଲ୍ୟ ୬ହଜାର କୋଟିରୁ ଅଧିକ । ନିଜ ବୁଦ୍ଧି ଓ ବିବେକ ଖଙ୍କାଇ ଖୁବ କମ ବୟସରେ ନିଜ କମାଲ ଦେଖାଇଛନ୍ତି ରିତେଶ ।