ବଢ଼ିଲା ରୂପା ଦର : ପ୍ରଥମ ଥର ପାଇଁ କିଲୋପ୍ରତି ଦର ଟପିଲା ୫୦ ହଜାର

557
କନକ ବ୍ୟୁରୋ :  ସୁନା ଦର ହୁତୁହୁତୁ ହୋଇ ବଢ଼ୁଥିବା ବେଳେ ରୂପା ଦର ବି କମ୍ ନୁହେଁ  ।  ୫୦ ହଜାର ଟପିଲା ରୂପା ଦାମ  । ଦେଶରେ ରୂପା ଦରରେ ବୃଦ୍ଧିର ଧାରା ଜାରି ରହିଛି  । ରୂପାର କିଲୋ ପିଛା ଦରରେ ବଡ ଧରଣର ବୃଦ୍ଧି ଦେଖିବାକୁ  ମିଳିଛି । ରୂପା ଦାମ ୨ ହଜାର ୭୦ ଟଙ୍କା ବୃଦ୍ଧି ପାଇ ୫୦ ହଜାର ୧୨୫ ଟଙ୍କା ହୋଇଯାଇଛି । ବହୁ ଦିନ ପରେ ପ୍ରଥମ ଥର ପାଇଁ ରୂପା ଦାମ୍ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି । ଶିଳ୍ପ ସଂସ୍ଥା ଓ କଏନ ନିର୍ମାତାମାନେ ଅଧିକ ରୂପା କିଣୁଥିବାରୁ ଏହାର ଦାମ୍ ବଢ଼ିଥିବା କୁହାଯାଉଛି । ଗତ କିଛି ଦିନ ହେବ ସୁନା ଓ ରୂପାର ଦର ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି ।
୨୦୧୩ ମସିହାରେ କିଲୋପ୍ରତି ୫୦ ହଜାର ଟଙ୍କା ଥିଲା । ଆଉ ତା’ପର ଠାରୁ ଲଗାତାର ରୂପା ଦର ହ୍ରାସ ପ।ଉଥିଲା । ରୂପା ଦର କମି କମି ୩୮ ହଜାରରେ ପହଞ୍ଚିଥିଲା  । କିନ୍ତୁ ଏଥର ବଜେଟରେ ଆମଦାନୀ ଶୁ ଳ୍ ବୃଦ୍ଧି ପରେ ସୁନାରୂପା ଦର ବୃଦ୍ଧି ପାଇବାରେ ଲାଗିଛି ।
ବିବାହ ଋତୁ ପାଖେଇ ଆସୁଥିବା ବେଳେ ସୁନା, ରୂପା ଦରବୃଦ୍ଧିକୁ ଦେଖି ଲୋକଙ୍କ ମନରେ ଛନକା ପଶିଲାଣି । କିଛି ଦିନ ଅପେକ୍ଷା କରି ସୁନାରୂପା କିଣିବା ପାଇଁ ଚିନ୍ତା କରୁଥିବା ଲୋକ ଆଉ ଅପେକ୍ଷା କରିବାକୁ ଚାହୁଁନାହାନ୍ତି । ଦିନ ଗଡ଼ିବା ସଙ୍ଗେ ସଙ୍ଗେ ଦର କମିବ କ’ଣ ବଢ଼ିବାରେ ଲାଗିଛି ।