ମୃତ୍ୟୁ ପରେ ଡିଜିଟାଲ ଜୀବନ ଜିଇଁବା ପାଇଁ  ଅଜବ ଇଚ୍ଛା ଜାହିର କଲେ ଆମେରିକାର ଜଣେ ଅରବପତି ! ନିଜକୁ ମାରିବା ପାଇଁ ଦେଲେ ସୁପାରି

42

ମୃତ୍ୟୁକୁ କିଏ ବା ନଡ଼ରେ । ମୃତ୍ୟୁ ଜୀବନର ଚିରନ୍ତନ ସତ୍ୟ ଜାଣିଥିଲେ ବି ମରିବା ପାଇଁ କେହି ପସନ୍ଦ କରନ୍ତି ନାହିଁ । ତେବେ କିଛି ଲୋକ ଅଛନ୍ତି ଯେଉଁମାନେ କିଛି ନୂଆ କରିବା ଆଶାରେ ମୃତ୍ୟୁକୁ ମଧ୍ୟ ଡରନ୍ତି ନାହିଁ । ଆପଣ ଶୁଣି ଆଶ୍ଚଯ୍ୟ ହେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନିଜକୁ ହିଁ ମାରିବା ଏକ କମ୍ପାନୀକୁ ସୁପାରି ଦେଇଛନ୍ତି । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ନିରାଟ ସତ । କଆମେରିକାର ସିଲିକନ୍ ଭ୍ୟାଲିରେ ବାସ କରୁଥିବା ଅରବପତୀ ଯୁବା ସେମ୍ ଅଲତମେନ୍ ନେକ୍ଟ୍ରୋମ୍ ନାମକ ଜଣେ ବ୍ୟକ୍ତି ଏକ କମ୍ପାନୀକୁ ୬.୪ ଲକ୍ଷ ଟଙ୍କା ଦେଇଛନ୍ତି । ସେ କମ୍ପାନିକୁ ଟଙ୍କା ଦେଇ ସ୍ୱୟଂକୁ ମାରିବା ସହ ମରିବା ପରେ ତାଙ୍କ ମସ୍ତିଷ୍କକୁ ଏମ୍ବମିଙ୍ଗ୍ (କ୍ୟାମିକାଲ୍ ପ୍ରୋସେସ୍ ଦ୍ୱାରା ସଂରକ୍ଷିତ)କରି ଇଣ୍ଟରନେଟରେ ଅପଲୋଡ୍ କରିବା ପାଇଁ କହିଛନ୍ତି । ମୃତ୍ୟୁ ପରେ ମଧ୍ୟ ଡିଜିଟାଲ ଜୀବନ ଜିଇଁବା ଉଦ୍ଦେଶ୍ୟରେ ସେ ସୁପାରି ଦେଇଥିବା କଥା ଜଣାପଡ଼ିଛି ।

୩୨ ବର୍ଷୀୟ ସେମ୍ ଅଲତମେନଙ୍କ ମତରେ ଯେତେବେଳେ ବିଜ୍ଞାନ ଅଧିକ ଉନ୍ନତ ହେବ ସେତେବେଳେ ତାଙ୍କ ବ୍ରେନକୁ କମ୍ପ୍ୟୁଟରରେ ଅପଲୋଡ୍ କରାଯିବ ଏବଂ ସେ ମୃତ୍ୟୁ ପରେ ମଧ୍ୟ ଡିଜିଟାଲ୍ ଲାଇଫ୍ ଜିଇଁପାରିବେ । କିନ୍ତୁ ସେମଙ୍କୁ ଏଭଳି କାର୍ଯ୍ୟ କରିବା ପାଇଁ ଆଇନ୍ ତରଫରୁ ଅନୁମତି ମିଳିନାହିଁ । ଅନ୍ୟ ଏକ ରୋଚକ କଥା ହେଉଛି ସେମଙ୍କ କମ୍ପାନୀ ନେକ୍ଟ୍ରୋମ୍ ଭଳି କମ୍ପାନୀକୁ ଫଣ୍ଡ ଦେଇଥାଏ । ସେମଙ୍କ କମ୍ପାନୀର ନାଁ ହେଲା ୱାଇ କମ୍ବିନେଟର୍ ।

ନେକ୍ଟ୍ରୋମ୍ ପ୍ରୋସେସରେ ବ୍ୟକ୍ତିକୁ ଏକ ମେସିନରେ ଶୁଆଇ ମସ୍ତିଷ୍କର ଏମ୍ବମିଙ୍ଗ୍ କରାଯାଏ । କିନ୍ତୁ ଏଭଳି ପ୍ରୋସେସକୁ କେବଳ ଗମ୍ଭୀର ରୋଗରେ ରୋଗଗ୍ରସ୍ଥ ହୋଇଥିବା ବ୍ୟକ୍ତିଙ୍କ ଉପରେ ପ୍ରୟୋଗ କରାଯାଇପାରିବ । ଯାହାଙ୍କର ବଞ୍ଚିବାର ସମୟସୀମା ଖୁବ୍ କମ୍ ଥିବ ।