ସାବଧାନ ! ସାଇଲେଂଟ କିଲର ହାଇ ବ୍ଲଡପ୍ରେସର,ନିୟନ୍ତ୍ରଣ ନକଲେ ମୃତ୍ୟୁ ସୁନିଶ୍ଚିତ
ରକ୍ତଚାପକୁ ସାଇଲେଂଟ କିଲର କୁହାଯାଏ । କାରଣ ରକ୍ତଚାପ ମଣିଷର ଆୟୁଷକୁ କମାଇଦେଇଥାଏ । ଏହାସହ ରକ୍ତଚାପ ହାର୍ଟର ଉଫରେ କୁପ୍ରଭାବ ପାକାଇଥାଏ । ଯଦି ରକ୍ତଚାପ ବଢିଯାଏ ତେବେ ହାର୍ଟକୁ ଅଧିକ କାମ କରିବାକୁ ପଡିଥାଏ । ଏହା ଫଳରେ ହାର୍ଟ ଫେଲ ହେବାର ସମ୍ଭାବନା ଅଧିକ ଥାଏ । କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ରଖିଲେ ରକ୍ତଚାପକୁ ନିୟନ୍ତ୍ରଣ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଉଚ୍ଚ ରକ୍ତଚାପର ଲକ୍ଷଣ
ଯଦି ଅଠର ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଠାରେ ୧୪୦ ମିମିରୁ ଅଧିକ ସିଷ୍ଟୋଲିକ ତଥା ୯୦ ମିମିରୁ ଅଧିକ ଡାୟାଷ୍ଟୋଲିକ ଥାଏ ତେବେ ସେହି ବ୍ୟକ୍ତି ଉଚ୍ଚ ରକ୍ତଚାପ ଶ୍ରେଣୀରେ ଆସିଥାଏ ।
ଉଚ୍ଚ ରକ୍ତଚାପର ମାପିବା ଶୈଳୀ
– ପ୍ରଥମିକ ଅବସ୍ଥାରେ ୨-୩ ମିନିଟ ଅନ୍ତରାଳରେ ତିନି ରକ୍ତଚାପର ମାପ ନେଇ ଏହାକୁ ମପାଯାଇଥାଏ ।
– ବ୍ଲଡ ପ୍ରେସର ଯାଂଚ କରିବାର ଅଧ ଘଂଟା ପୂର୍ବରୁ ଧୂମ୍ରପାନ, ମଦ୍ୟପାନ, ଚା, କଫି କିମ୍ବା ଶରୀରିକ ପରିଶ୍ରମ କରିବା ଅନୁଚିତ ।
– ରୋଗୀ ୫ ମିନିଟ ଶାନ୍ତ ବାତାବରଣରେ ବସିବା ପରେ ରକ୍ତଚାପ ଯାଂଚ କରିବା ଉଚିତ ।
ଉଚ୍ଚ ରକ୍ତଚାପ ସମସ୍ୟାର ଲକ୍ଷଣ
– ଛାତିରେ ଯନ୍ତ୍ରଣା କିମ୍ବା ସହଜ ଅନୁଭବ ନକରିବା ।
– ପ୍ରଶ୍ୱାସ ନେବାରେ କଷ୍ଟ ହେବା କିମ୍ବା ବାନ୍ତି ଲାଗିବା ।
– କଥାବାର୍ତ୍ତା କରିବାରେ କଷ୍ଟ ଅନୁଭବ କରିବା ।
– ଚାଲିବାରେ କଷ୍ଟ ହେବା ବା ମୁଣ୍ଡ ବୁଲେଇବା ।
– ଶରୀରରେ କୌଣସି ଅଂଶରେ ଦୂର୍ବଳତା ଲାଗିବା ।
ଧ୍ୟାନ ରଖନ୍ତୁ
– ରକ୍ତଚାପକୁ ସମାନ ବ୍ୟବଧାନରେ ଚେକ କରିବା ଆବଶ୍ୟକ ।
– ସବୁଜ ପରିବା ଏବଂ ଫଳ ଖାଇବା ଆବଶ୍ୟକ ।
– ମଧୁମେହକୁ ନିୟନ୍ତ୍ରଣରେ ରଖିବା ସହିତ ଡାକ୍ତରଙ୍କ ସହ ନିୟମିତ ପରାମର୍ଶ କରନ୍ତୁ ।
– ଡାଏଟ, ଓଜନ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିବା ଉଚିତ ।
– ଲୁଣ କମ ଖାଇବା ସହିତ ମସଲାଯୁକ୍ତ ଖାଦ୍ୟ କମ ଖାଇବା ଉଚିତ ।
– ଆଲକୋହଲ କିମ୍ବା ତମାଖୁ ସେବନଠାରୁ ଦୂରେଇ ରହିବା ଆବଶ୍ୟକ ।
– ଯୋଗ ଏବଂ ଧ୍ୟାନ କରି ଚାପ ମୁକ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ ।
– ସାଧାରଣ ରକ୍ତଚାପ ୧୦୦ରୁ ୭୦ ମଧ୍ୟରେ ରହିଥାଏ । କିନ୍ତୁ ରକ୍ତଚାପ ହୋଇଥିଲେ ଏହାର ସ୍ତର ୧୨୦ରୁ ୯୦ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ ।