ସିକ୍କିମ ସୀମାରେ ଚୀନ୍ ଧମକକୁ ମୁହଁତୋଡ଼ ଜବାବ ! ଡୋକଲାମ ସେକ୍ଟରରେ ତମ୍ବୁ ପକାଇଲେ ଭାରତୀୟ ସେନା

46

କନକ ବ୍ୟୁରୋ: ସିକ୍କିମ ସୀମାରେ ଚୀନ୍ ଧମକକୁ ମୁହଁତୋଡ଼ ଜବାବ । ଡୋକଲାମ ସେକ୍ଟରରେ ତମ୍ବୁ ପକାଇଲେ ଭାରତୀୟ ସେନା । ଚୀନ୍ ସେନାର ଆକ୍ରମଣାତ୍ମକ ଢଙ୍ଗକୁ ବେଖାତିର କରି ଡୋକଲାମ କ୍ଷେତ୍ରରେ ଦୀର୍ଘ ସମୟ ରହିବା ପାଇଁ ପ୍ରସ୍ତୁତି କରିଛନ୍ତି ସେନା ଯବାନ । ତମ୍ବୁ ପକାଇବା ଦ୍ୱାରା ଏହା ପ୍ରମାଣ ହୋଇଛି ଯେ ଚୀନ୍ ସେନା ସେଠାରୁ ନ ହଟିବା ପର୍ଯ୍ୟନ୍ତ ଭରତୀୟ ସେନା ସେଠାରେ ରହିବେ ।

ବିବାଦୀୟ ଅଂଚଳରେ ମୁତୟନ ହୋଇଥିବା ଭାରତୀୟ ସେନା ସେଠାରୁ ହଟିବେନି ବୋଲି ସଂକେତ ଦେଇଛନ୍ତି । ଡୋକଲାମ ସେକ୍ଟରରୁ ସେନା ହଟାଇ ନେବାକୁ ଚୀନ୍ ଦାବି କରୁଥିବା ବେଳେ ଚାପ ଆଗରେ ମୁଣ୍ଡ ନୁଆଁଇନି ଭାରତ । ସିକ୍କିମ ସେକ୍ଟରରୁ ୧୦ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଡୋକଲାମ ସେକ୍ଟରରେ ଉଭୟ ପକ୍ଷର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି । ସୀମାରୁ ସେନା ନ ହଟାଇଲେ କଥାବାର୍ତ୍ତା ହେବନି ବୋଲି ଚୀନ୍ କହୁଥିବା ବେଳେ ଭାରତ ମଧ୍ୟ ଜିଦରେ ଅଟଳ ରହିଛି ।