ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ସୁଯୋଗ, ୧୧ ହଜାରଙ୍କୁ ମିଳିଲା ନିଯୁକ୍ତିପତ୍ର

1,646

ସିକ୍କିମ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ୍ ଏକ ନୂତନ ଯୋଜନା ଆରମ୍ଭ କରିଛନ୍ତି । ଯୋଜନା ଅନୁସାରେ ରାଜ୍ୟ ସରକାର ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ପ୍ରଦାନ କରିବେ । ଶନିବାର  ଦିନ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗ୍ ‘ଏକ ପରିବାର ଏକ ନୌକରୀ ‘ଯୋଜନାର ଶୁଭାରମ୍ଭ କରିଛନ୍ତି  । ଯେଉଁ ପରିବାରର କେହିି ବି ସରକାରୀ ଚାକିରି କରିନାହାନ୍ତି, ସେହି ପରିବାରର ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ । ଏହାସହ ସିକ୍କିମ ମୁଖ୍ୟମନ୍ତ୍ରୀ କୃଷି କ୍ଷେତ୍ରରେ ଋଣ ଛାଡ଼ ଘୋଷଣା କରିଛନ୍ତି ।

Source:Amar Ujala

ସିକ୍କିମ ମୁଖ୍ୟମନ୍ତ୍ରୀ ପଲଜୋର ଷ୍ଟାଡ଼ିୟମରେ  ଆୟୋଜିତ ରୋଜଗାର ମେଳା ୨୦୧୯  ସହୟରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହାବ୍ୟତୀତ ରାଜ୍ୟର ୩୨ ବିଧାନସଭା କ୍ଷେତ୍ରରେ ଦୁଇ ଦୁଇ ଜଣଙ୍କୁ ଅସ୍ଥାୟୀ ନିଯୁକ୍ତ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ପବନ କୁମାର ଭାରତରରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିବା ବ୍ୟକ୍ତି ମଧ୍ୟରୁ ଜଣେ ।

ଏହାପୂର୍ବରୁ ସିକ୍କିମ ଡେମୋକ୍ରାଟିକ ଫ୍ରଂଟ ସରକାର ଏହି ଯୋଜନା ଅନୁସାରେ ୨୦,୦୦୦ ଯୁବଗୋଷ୍ଠୀଙ୍କୁ ତୁରନ୍ତ ଅସ୍ଥାୟୀ ଚାକରି ଦେବାର ଘୋଷଣା କରିିଥିଲେ ଓ ଆଶାୟୀଙ୍କୁ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିଲେ । କେବଳ ଏତିକି ନୁହେଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଅସ୍ଥାୟୀ ନିଯୁକ୍ତି ପ୍ରତ ପାଇଥିବା ପ୍ରାର୍ଥୀଙ୍କୁ ୫ ବର୍ଷ ମଧ୍ୟରେ ନିୟମିତ କରିଦିଆଯିବ ।