ଶିକ୍ଷାସହାୟକଙ୍କୁ ଆଶ୍ୱସ୍ତି : ଛଟେଇ ଆଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶିକ୍ଷାସହାୟକ ମାନଙ୍କୁ ମିଳିଲା ଆଶ୍ୱସ୍ତି । ହାଇକୋର୍ଟ ଶିକ୍ଷାସହାୟକମାନଙ୍କ ଛଟେଇ ଆଦେଶ ଉପରେ ରହିତାଦେଶ ଲଗାଇଛନ୍ତି । ଓଟିଇଟି ପରୀକ୍ଷାରେ ବିଫଳ ହୋଇଥିବା ଆଠ ହଜାରରୁ ଅଧିକ ଶିକ୍ଷା ସହାୟକ ମାନଙ୍କୁ  ଛଟେଇ କରିବାକୁ ଗଣଶିକ୍ଷା ବିଭାଗ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଥିଲେ । ଏହାର ବିରୋଧରେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ ଶିକ୍ଷାସହାୟକ ସଂଘ । ଆଜି ଏହାର ଶୁଣାଣି କରି କୋର୍ଟ ଏହି ମାମଲାରେ ରହିତାଦେଶ ଲଗାଇଛନ୍ତି । ତେବେ ଏହାକୁ ସ୍ୱାଗତ କରିଛନ୍ତି ଶିକ୍ଷାସହାୟକ ମହାସଂଘ ।