ଆର୍ଥିକ ସଂକଟ ସମୟରେ ଆମେରିକୀୟଙ୍କ ପାଇଁ ଦେବଦୂତ ସାଜିଲେ ଭାରତୀୟ ଶିଖ : ଅବୈତନିକ କର୍ମଚାରୀଙ୍କୁ ଯୋଗାଇବେ ଖାଦ୍ୟ

154

ଆମେରିକାରେ ଆର୍ଥିକ ମାନ୍ଦାବସ୍ଥା ପାଇଁ ଲକ୍ଷାଧିକ ସ୍ଥାନୀୟ କର୍ମଚାରୀଙ୍କୁ ଦରମା ନମିଳିବାରୁ ସେମାନଙ୍କର ଅବସ୍ଥା ସଙ୍କଟଜନକ ହୋଇଛି। କର୍ମଚାରୀଙ୍କ ଅବସ୍ଥା ଏଭଳି ପରିସ୍ଥିତିର ପହଞ୍ଚିଛି ଯେ, ଖାଇବା-ପିଇବା ମଧ୍ୟ କଷ୍ଟକର ହୋଇଯାଇଛି। ଏଭଳି ଏକ ଘଡିସନ୍ଧି ମୂହୁର୍ତ୍ତରେ ଆମେରିକାରେ ରହୁଥିବା ଭାରତୀୟ ଶିଖ ସଂପ୍ରଦାୟ ସହାୟତାର ହାତ ବଢ଼ାଇଛି । ଭାରତୀୟ ଶିଖ ସଂପ୍ରଦାୟ ପାଣ୍ଠି ଯୋଗାଡ଼ କରି ଆମେରିକୀୟଙ୍କୁ ଖାଇବାକୁ ଦେଉଛନ୍ତି।

ଆମେରିକୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶିଖ ସଂପ୍ରଦାୟ ପରିଚାଳିତ ଅନୁଷ୍ଠାନ ‘ଇଣ୍ଡିଆନା’ ଏବଂ ‘ଶିଖପିଏସି’ ସହାୟତା ପାଇଁ ଇଣ୍ଡିଆନ ନପୋଲିଜର ନିର୍ବାହୀ ନିର୍ଦ୍ଦେଶକ ମାରିଓ ରୋଡରିଗଜ୍, ଟିଏସଏ ଫେଡେରାଲ ସିକ୍ୟୁରିଟି ଡାଇରେକ୍ଟର ଆରୋନ୍ ଭଟ୍ଟଙ୍କୁ ସଂପର୍କ କରି ସହାୟତାର ହାତ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି।

ରିପୋର୍ଟ ଅନୁସାରେ ଜାନୁଆରି ୨୮ରେ ଖାଦ୍ୟ ବିତରଣ କରାଯିବ। ଶିଖପଲିସିଜର କର୍ମୀ ଗୁରିନ୍ଦର ସିଂହ ଖାଲସା କହିଛନ୍ତି, ଆମେ ବର୍ତ୍ତମାନ ସେହିଭଳି ସ୍ଥାନ ଖୋଜୁଛୁ, ଯେଉଁଠାରେ ଆମକୁ ରିହାତି ଦରରେ ଗ୍ରୋସରି ସାମଗ୍ରୀ ମିଳିପାରିବ। ଆମର ସଂପ୍ରଦାୟ ଦ୍ୱାରା ଆରମ୍ଭ କରାଯିବାକୁ ଥିବା ରୋଷେଇ ଶାଳ ପ୍ରତି ରବିବାର ଖୋଲିବ ଏବଂ ଆର୍ଥିକ ମାନ୍ଦାବସ୍ଥା ଦୂର ହେବା ପର୍ଯ୍ୟନ୍ତଏହା ଜାରି ରହିବ।

ଟ୍ରାନସପୋର୍ଟେସନ୍ ସିକ୍ୟୁରିଟି ଆଡମିନିଷ୍ଟ୍ରେସନ (ଟିଏସଏ) ଅଧିନରେ ୬୦,୦୦୦ କର୍ମଚାରୀ କାମ କରିଥାନ୍ତି। ଡିସେମ୍ବର ୨୨ ପରଠାରୁ ମାନ୍ଦାବସ୍ଥା ଆରମ୍ଭ ହେବା ପରେ ଏହି କର୍ମଚାରୀମାନଙ୍କୁ ଦରମା ମିଳିପାରିନାହିଁ। ଏମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରୁଛନ୍ତି ଶିଖ ସଂପ୍ରଦାୟ।