କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ

43

କଟକ ବ୍ୟୁରୋ, କନକ ନ୍ୟୁଜ୍: କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ । କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି କଂଗ୍ରେସ ଶିବିରରେ । କଟକ ପୌରପରିଷଦର ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ବିଜେଡି ବିଧାୟକଙ୍କ ଭାଇବୋହୁ । ତେବେ କଂଗ୍ରେସ ପାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଶିଖା ସାମନ୍ତରାୟ । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତାଙ୍କ ସହ ମିଶି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି । କିଛିଦିନ ତଳେ ବିଧାୟକଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣି ମହିଳା କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ଶିଖା ସାମନ୍ତରାୟ । ଏପରିକି ବିଧାୟକ ତାଙ୍କୁ ଘର ଛାଡି ଚାଲିଯିବାକୁ ବାଧ୍ୟ କରୁଥିବା ସେ ଅଭିଯୋଗ ଆଣିଥିଲେ । ସ୍ୱାମୀଙ୍କ ଚିକିତ୍ସା ପାଇଁ ଅର୍ଥ ଆବଶ୍ୟକ କରୁଥିବାବେଳେ ବିଧାୟକ ଏଥିରେ ସହଯୋଗ କରୁନଥିବା କହିଥିଲେ । ଆଉ ଏବେ ବିଧାୟକଙ୍କ ବିରୋଧରେ ଛିଡା ହୋଇଛନ୍ତି ଶିଖା । ବିରୋଧୀଙ୍କ ସହ ମିଶି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ନ୍ୟାୟ ପାଇବାରେ ଅସମର୍ଥ ହେବାରୁ ଶେଷରେ ଅସହାୟ ହୋଇ ବିରୋଧୀଙ୍କ ସହ ମିଶି ଦେଢଶୁରଙ୍କ ପ୍ରାର୍ଥୀ ବିରୋଧରେ ପ୍ରଚାର କରୁଥିବା କହିଛନ୍ତି ।