ମାନବସେବା ଆଗରେ ଫିକା ପଡିଲା ସଂପର୍କ ! ମୁସଲୀମ୍ ବାନ୍ଧବୀଙ୍କୁ କିଡନୀ ଦାନ କରିବେ ଶିଖ୍ ମହିଳା ।

95

ଜମ୍ମୁ-କାଶ୍ମୀରରେ ଜଣେ ଶିଖ୍ ମହିଳା ପରିବାର ବିରୁଦ୍ଧରେ ଯାଇ ନିଜର ଜଣେ ମୁସଲିମ୍ ବାନ୍ଧବୀଙ୍କୁ କିଡନୀ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଉଧମପୁର ଜିଲ୍ଲାର ପ୍ରଦେଶଠାରେ ମଞ୍ଜୋତ୍ ସିଂହ କୋହଲୀ ନାମକ ଜଣେ ଶିଖ୍ ମହିଳା ନିଜ ୨୨ ବର୍ଷୀୟା ବାନ୍ଧବୀ ସମରୀନଙ୍କୁ କିଡନୀ ଦାନ ଦେବାକୁ ଇଚ୍ଛା ପ୍ର୍ରକାଶ କରିଛନ୍ତି ଯେଉଁଥିପାଇଁ ତାଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ମଧ୍ୟ ପଡିଛି ।

ମଞ୍ଜୋତ୍ ଙ୍କ ଶାଶୂଘର ଲୋକେ ଏଥିପାଇଁ ତାଙ୍କୁ ବିରୋଧ କରୁଥିଲେ ମଧ୍ୟ ସେ ସବୁ ସଂପର୍କକୁ ପଛରେ ରଖି ମାନବଧର୍ମକୁ ସର୍ବାଗ୍ରେ ରଖିଥିଲେ । ଏବେ ସେ ଖୁବଶୀଘ୍ର ନିଜ କିଡନୀ ଡୋନେଟ୍ କରିବାକୁ ଯାଉଛନ୍ତିି । ଏଥିପାଇଁ ସେ କୋର୍ଟରୁ ମଧ୍ୟ ଅନୁମତି ନେଇଯାଇଛନ୍ତି ।