ଅଧିକ ସମୟ ଖରାରେ ବୁଲିବା ପରେ ଶରୀର ପୋଡାଜଳା କରୁଛି କି ? ସାବଧାନ ଆପଣ ଚର୍ମ କର୍କଟ ସମସ୍ୟାରେ ପଡିନାହାନ୍ତି ତ ?

174

ରୋଗ ବ୍ୟାଧି ଜୀବନର ଅନ୍ୟ ଏକ ବନ୍ଧୁ । ଯାହା କେବେ ମଧ୍ୟ ପିଛା ଛାଡ଼େନି । ତାହା ଛୋଟ ହେଉ କିମ୍ବା ବଡ଼ । ଏହା ପ୍ରତ୍ୟେକଙ୍କୁ କେବେ ନା କେବେ ହୋଇଥାଏ । ପୂର୍ବରୁ ସେ ସବୁର ପ୍ରତିରୋଧ କରାଯାଉଛି । ତେବେ ଆସନ୍ତୁ ଜାଣିବା ଚର୍ମ କର୍କଟ ରୋଗର କାରଣ ଏବଂ ନିରାକରଣ ସଂପର୍କରେ ।ସାଧାରଣତଃ ଅଧିକ ସମୟ ଖରାରେ ରହିବା ଦ୍ୱାରା ଏଭଳି ସମସ୍ୟା ହୋଇଥାଏ ବୋଲି କୁହାଯାଏ । କେବଳ ଏତିକି ନୁହେଁ ଏହା ହେବାର ଅନ୍ୟ କେତେକ କାରଣ ମଧ୍ୟ ରହିଛି ଯାହା ସଂପର୍କରେ ଜାଣିବା ନିହାତି ଆବଶ୍ୟକ ।
ଚର୍ମ କର୍କଟକୁ ୩ ଭାଗରେ ବିଭକ୍ତ କରାଯାଇଛି । ଯଥା-ବେସଲ ସେଲ୍ କାର୍ସିନୋମା,ସ୍କେ୍ୱମ୍ସ ସେଲ କାର୍ସିନୋମା ଏବଂ ମିଲୋନୋମା
• କାର୍ସିନୋମା-ଯେଉଁ ଅଂଶରେ ଅଧିକ ସୂର୍ୟ୍ୟକିରଣ ପଡ଼ିଥାଏ,ସେହି ସ୍ଥାନରେ ଏହି ପ୍ରକାରର କର୍କଟ ରୋଗ ହୋଇଥାଏ ।
• ସ୍କେ୍ୱମ୍ସ ସେଲ କାର୍ସିନୋମା-ଏହା ଚର୍ମର ଉପର ଭାଗର କୋଷରେ ହୋଇଥାଏ, ଠିକ ସମୟରେ ଏହାର ଚିକିତ୍ସା କରା ନଗଲେ ଏହା ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
• ମିଲୋନୋମା-ଏହା ସବୁଠାରୁ ବିପଦପୂର୍ଣ୍ଣ ଚର୍ମ କର୍କଟ । ଏହା ଚର୍ମକୁ ରଙ୍ଗ ଦେଉଥିବା କୋଷ ଉପରେ ପ୍ରଭାବ ପକାଇଥାଏ । ଏହା ହେବା ଦ୍ୱାରା ଚର୍ମ ଖୁବ ଅପରିଷ୍କାର ଦେଖାଯାଏ । ତେଣୁ ଏହାର ଚିକିତ୍ସା ଠିକ ଭାବରେ କରିବା ଆବଶ୍ୟକ ।ଲକ୍ଷଣ-
ଗୋରା ତ୍ୱଚା, ସ୍କିନ ବର୍ଣ୍ଣ, ଅଧିକ ସମୟ ଖରାରେ ରହିବା, ଦୁର୍ବଳ ପ୍ରତିରକ୍ଷା ପ୍ରଣାଳୀ,ପୂର୍ବରୁ ପରିବାରରେ କାହାକୁ ଏହି ରୋଗ ହୋଇଥିଲେ ହୋଇଥାଏ ।
ରକ୍ଷା ପାଇବାର କିଛି ଘରୋଇ ଉପଚାର-
ହଳଦୀ- ଘା’ହୋଇଥିବା ସ୍ଥାନରେ ହଳଦୀ ଲଗାନ୍ତୁ ଏବଂ ଏହା ସହିତ ଏହାକୁ ଖାଆନ୍ତୁ ମଧ୍ୟ । ଏଥିରୁ ଥିବା କ୍ୟୁମିନ ଏହି ରୋଗରୁ ମୁକ୍ତି ଦେଇଥାଏ ।
ଭିଟାମିନ ଡି-ଶୀତଦିନରେ ୧୧ଟା ପରେ ଖରାରେ ରୁହନ୍ତୁ ନାହିଁ । ସକାଳର ଖରା ଲାଭଦାୟକ ହୋଇଥାଏ କିନ୍ତୁ ଏହା ପରେ ନୁହେଁ ।
ବାଇଗଣ-ଏହା କର୍କଟ ରୋଗରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଆଳୁ,ଟମାଟୋ, ସିମଲା ଲଙ୍କାରେ ମଧ୍ୟ ଏହି ରୋଗ ପ୍ରତିରୋଧକ ଶକ୍ତି ରହିଥାଏ ।