ଶରୀରରେ ସୁଗାର ମାତ୍ରା ବଢିଛି କି ? ଜାଣନ୍ତୁ କିଛି ସରଳ ଲକ୍ଷଣ

93
ପରିବର୍ତ୍ତିତ ଜୀବନ ଶୈଳୀ ଯୋଗୁଁ ଏବେ ଶରୀରରେ ବିଭିନ୍ନ ପ୍ରକାର ରୋଗ ଦେଖା ଦେଉଛି । ସେଥିମଧରୁ ଶରୀରରେ ସୁଗାର ବୃଦ୍ଧି ଅନ୍ୟତମ । ସୁଗାର ଲେବଲ ବଢିବା ଶରୀର ପାଇଁ ହାନିକାରକ ହୋଇଥାଏ । ତେଣୁ ଶରୀରରେ ସୁଗାର ଲେବଲ ଠିକ୍ ରହିବା ଆବଶ୍ୟକ । ତେବେ ବଜାରରେ ମିଳୁଥିବା ପ୍ରତ୍ୟେକ ଜିନିଷରେ ଅଧିକ ମାତ୍ରାରେ ସୁଗାର ରହୁଛି । ଏପରିକି ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମଧ୍ୟ ୧୨ ଚାମଚ ଚିନିର ମାତ୍ରା ରହିଥାଏ । ଯାହା ଶରୀର ପାଇଁ କିଛି ମାତ୍ରାରେ ହାନିକାରକ । ତେବେ ଶରୀରରେ ସୁଗାର ମାତ୍ରା ବୃଦ୍ଧି ପାଇଲେ ବିଭିନ୍ନ ଲକ୍ଷଣ ଦେଖା ଦେଇଥାଏ । ଯାହାକୁ ଆମେ ହେୟ ଜ୍ଞାନ କରିଥାଉ । ସାଧାରଣତଃ ଶରୀରରେ ୭୦ରୁ ୧୧୦ ମିଲିଗ୍ରାମ ପର୍ଯ୍ୟନ୍ତ ସୁଗାର ରହିବା ଆବଶ୍ୟକ । ଏପରିକି ସୁଗାର ଲେବଲ ୧୧୦ରୁ ୧୨୫ ମଧ୍ୟରେ ରହିଲେ ମଧ୍ୟ ଚିନ୍ତା କରିବାର କୌଣସି କାରଣ ନାହିଁ । କିନ୍ତୁ ଏହାଠାରୁ ଅଧିକ ରହିଲେ ଶରୀରରେ ରୋଗ ହେବାର ଭୟ ଦେଖାଯାଇଥାଏ । ତେବେ ସାଧାରଣ ଲକ୍ଷଣରୁ ସୁଗାର ବଢୁଥିବା ବିଷୟରେ ବେଶ ସହଜରେ ଜାଣିପାରିବେ ।
second-skin-e1463121184342ସୁଗାର ଲେବଲ ବଢିବାର ଲକ୍ଷଣ : 
ତ୍ୱଚାରେ ପରିବର୍ତ୍ତନ-
ସମୟ ପୂର୍ବରୁ ଯଦି ତ୍ୱଚାରେ କୁଂଚ ପଡ଼ିଯାଏ ତେବେ ଏହା ସୁଗାର ମାତ୍ରା ବଢିବାର ସଙ୍କେତ ଦେଇଥାଏ । ଏହା ସହିତ ଚେହେରାରେ ଲାଲ ଏବଂ ଧଳା ଦାଗ ଦେଖାଯାଏ ଥାଏ । ତେଣୁ ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ସର୍ମ୍ପକ କରନ୍ତୁ ।
ଶରୀର ଦୁର୍ବଳ ଲାଗିବା : 
ସୁଗାର ବଢିବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଏ । କାରଣ ସୁଗାର ଶରୀରର ସମସ୍ତ ଶକ୍ତିକୁ ଟାଣିନିଏ । ଯାହା ଦ୍ୱାରା କମ ଚାଲିବା ଏବଂ ଅଳ୍ପ କାର୍ଯ୍ୟ କରିବା ଦ୍ୱାରା କ୍ଲାନ୍ତ ଲାଗିଥାଏ ।
1212ପେଟ ଫୁଲିବା-
ସୁଗାର ବଢିବା ଦ୍ୱାରା ଶରୀରରେ ବ୍ୟାକ୍ଟେରିଆ ବଢିଥାଏ ।ଏହି କାଣରୁ ଖାଦ୍ୟ ଖାଇବା ପରେ ପେଟରେ କଷ୍ଟ ହେବା ସହିତ ଗ୍ୟାସ ମଧ୍ୟ ହୋଇଥାଏ ।ତେଣୁ ପେଟ ଫୁଲିଯାଏ । ତେଣୁ ଏଭଳି ଲକ୍ଷଣ ଦେଖାଦେଳେ ଆଦୌ ହେଳା କରନ୍ତୁ ନାହିଁ ।
ବାରମ୍ବାର ରୋଗଗ୍ରସ୍ତ ହେବା-
ରକ୍ତରେ ସୁଗାର ସ୍ତର ବଢିବା ଦ୍ୱାରା ପ୍ରତିରୋଧକ କ୍ଷମତା କମିଯାଇଥାଏ । ଫଳରେ ବାରମ୍ବାର ରୋଗ ହେବା ସହ  କ୍ଷତ ହୋଇଥିବା ସ୍ଥାନ ଖୁବଶୀଘ୍ର ଭଲ ହୁଏ ନାହିଁ  । ଏହାଛଡା ପରିସ୍ରା କରିବା ସମୟରେ ମଧ୍ୟ ଅସୁବିଧା ଦେଖା ଦେଇଥାଏ ।
ଓଜନ ବଢିବା-
ଶରୀର ସୁଗାର ଜାତୀୟ ଖାଦ୍ୟକୁ ଶକ୍ତିରେ ପରିଣତ କରିପାରେ ନାହିଁ ।ଯାହା ଦ୍ୱାରା ପେଟ ଏବଂ ତାହାର ଆଖପାଖରେ ଚର୍ବି ଜମା ହୋଇଯାଏ ।ତେଣୁ ଓଜନ ବଢିଯାଏ ।
କମଜୋର ଇମ୍ୟୁନ ସିଷ୍ଟମ-
ଇମ୍ରୁ୍ୟନ ସିଷ୍ଟମ ଶରୀରରୁ ୭୦ ପ୍ରତିଶତ ବ୍ୟାକ୍ଟେରିଆ ବାହାର କରିଥାଏ,କିନ୍ତୁ ସୁଗାର ବଢିବା ଦ୍ୱାରା ଇମ୍ୟୁନ ସିଷ୍ଟମ  ଠିକ ରହିନଥାଏ । ତେଣୁ କୋଷ୍ଠ କାଠିନ୍ୟ ଆଦି ସମସ୍ୟା ଦେଖାଯାଏ ।
ଅନିଦ୍ରା-
ଖାଦ୍ୟରେ ସୁଗାର ମାତ୍ରା ବଢିବା ଦ୍ୱାରା ଠିକ ଭାବରେ ନିଦ ହୁଏ ନାହିଁ । ଏହାଛଡା ସୁଗାର ବଢିବା ଦ୍ୱାରା ଅନିଦ୍ରା ସମସ୍ୟା ଦେଖା ଦେଇଥାଏ ।