ମକର ସଂକ୍ରାନ୍ତିରେ କାହିଁକି ଖିଆଯାଏ ଖେଚୁଡି ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ୱ

258

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ ଅଟେ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହନ୍ତି । ଏହି ପର୍ବ ଜାନୁୟାରୀ ମାସର ୧୪ ନମ୍ବର ଦିନ ପାଳନ କରାଯାଏ । ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି ହୋଇଥାଏ । ଏହି ପ୍ରକାରରେ ବର୍ଷରେ ମୋଟ୍ ମିଶାଇକି ୧୨ଟି ସଂକ୍ରାନ୍ତି ହୋଇଥାଏ । କାହିଁକିନା ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରେ । କିନ୍ତୁ ଏମାନଙ୍କ ମଧ୍ୟରୁ ୪ଟି ସଂକ୍ରାନ୍ତି ମହତ୍ୱପୂର୍ଣ୍ଣ, ଯେଉଁଥିରେ ମେଷ, କର୍କଟ, ତୁଳା, ମକର ସଂକ୍ରାନ୍ତି ସାମିଲ ଅଛନ୍ତି ।

ମକର ସଂକ୍ରାନ୍ତି ଦିନ ଭିନ୍ନ ଭିନ୍ନ ଖାଦ୍ୟ ସହିତ ଖେଚୁଡି ତିଆରି କରିବା ଓ ଖାଇବାର ବିଶେଷ ମହତ୍ୱ ଥାଏ । ଏହି କାରଣରୁ ଏହି ପର୍ବକୁ ଅନେକ ସ୍ଥାନରେ ଖେଚୁଡି ପର୍ବ ବୋଲି କୁହାଯାଏ । ପ୍ରକୃତରେ ଚାଉଳକୁ ଚନ୍ଦ୍ରମାର ପ୍ରତୀକ ବୋଲି କୁହାଯାଏ ଓ ବିରି ଡାଲିକୁ ଶନିଙ୍କ । ସବୁଜ ପନିପରିବା ବୁଧଙ୍କ ସହିତ ସମ୍ବନ୍ଧ ରଖେ । ମାନ୍ୟତା ଅଛି କି, ଖେଚୁଡିର ଉତ୍ତାପ ମଙ୍ଗଳ ଓ ସୂର୍ଯ୍ୟଙ୍କ ସହିତ ଜଡିତ । ସେଥିପାଇଁ ମକର ସଂକ୍ରାନ୍ତି ଦିନ ଖେଚୁଡି ଖାଇବା ଦ୍ୱାରା ରାଶିରେ ଗ୍ରହ ଗୁଡିକର ସ୍ଥିତି ମଜବୁତ୍ ହୋଇଥାଏ । କୁହାଯାଏ କି, ଏହି ଦିନ ନୂଆ ଅନ୍ନରେ ଖେଚୁଡି ଖାଇଲେ ପୁରା ବର୍ଷ ଆରୋଗ୍ୟ ମିଳିଥାଏ ।

ମକର ସଂକ୍ରାନ୍ତି ଦିନ ଖେଚୁଡି ଖାଇବା ଦ୍ୱାରା ଏମିତି ବି କୁହାଯାଏ କି, ଖିଲିଜୀ ଆକ୍ରମଣ ସମୟରେ ବାବା ଗୋରଖନାଥଙ୍କ ଯୋଗୀ ଖାଦ୍ୟ ତିଆରି କରିପାରୁନଥିଲେ ଏବଂ ଭୋକିଲା ରହିବା କାରଣରୁ ବହୁତ ଦୁର୍ବଳ ହେବାକୁ ଲାଗିଥିଲେ । ଯୋଗୀଙ୍କ ବିଗୁଡୁଥିବା ଅବସ୍ଥାକୁ ଦେଖି ବାବା ନିଜ ଯୋଗୀଙ୍କୁ ଚାଉଳ, ଡାଲି ଓ ପରିବାକୁ ମିଶାଇ ରୋଷେଇ କରିବାକୁ ପରାମର୍ଶ ଦେଲେ । ଏହି ଭୋଜନ କମ୍ ସମୟରେ ପ୍ରସ୍ତୁତ ହୋଇଯାଉଥିଲା ଓ ଏହା ଦ୍ୱାରା ଯୋଗୀଙ୍କୁ ଉର୍ଜ୍ଜା ବି ମିଳୁଥିଲା । ବାବା ଗୋରଖନାଥ ଏହି ଡାଲି, ଚାଉଳ ଓ ପନିପରିବାରେ ତିଆରି ଭୋଜନକୁ ଖେଚୁଡିର ନାମ ଦେଲେ । ଏହା କାରଣ କି ଆଜି ବି ମକର ସଂକ୍ରାନ୍ତି ପର୍ବରେ ଗୋରଖପୁର ସ୍ଥିତ ବାବା ଗୋରଖନାଥ ମନ୍ଦିର ପାଖରେ ଖେଚୁଡି ମେଳା ଲାଗେ । ଏହି ସମୟରେ ବାବାକୁ ବିଶେଷ ଭାବେ ଭୋଗ ଲଗାଯାଏ ।