ଦିଲ୍ଲୀରେ ସିଗ୍ନେଚର ବ୍ରିଜର ଉଦଘାଟନ ପୂର୍ବରୁ ବିବାଦ । ପୋଲିସ ସହ ମୁହାଁମୁହିଁ ହେଲେ ବିଜେପି ସାସଂଦ

ଦିଲ୍ଲୀରେ ଯାହାକୁ ଅନେକ ବର୍ଷ ଧରି ଅପେକ୍ଷା କରାଯାଇଥିଲା ତାହାର ପରିସମାପ୍ତି ଘଟିଛି

171
କନକ ବ୍ୟୁରୋ : ଦିଲ୍ଲୀରେ ଯାହାକୁ ଅନେକ ବର୍ଷ ଧରି ଅପେକ୍ଷା କରାଯାଇଥିଲା ତାହାର ପରିସମାପ୍ତି ଘଟିଛି । କହିବାକୁ ଗଲେ ପାଖାପାଖି ୧୪ ବର୍ଷ ପରେ ଦିଲ୍ଲୀର ଉତ୍ତର ପୂର୍ବ ଓ ଉତ୍ତର ପଶ୍ଚିମ ଦିଗକୁ ସଂଯୋଗ କରିବାକୁ କରିବାକୁ ଥିବା ସିଗ୍ନେଚର ବ୍ରିଜ ନିର୍ମାଣ ହୋଇ ସାରିଛି । ତେବେ ଆଉ କିଛି ସମୟ ପରେ ଏହାକୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହାର ଶୁଭ ଉଦଘାଟନ ପୂର୍ବରୁ ଅନେକ ବିବାଦ ଦେଖାଯାଇଛି । ମିଳିଥିବା ସୂଚନା ଅନୁସାରେ, ଏହି ପୋଲର ନିର୍ମିତ ନେଦରଲ୍ୟାଣ୍ଡରେ ଥିବା ଏକ ପୋଲର ଫଟୋ ବ୍ୟବହାର କରାଯାଇଛି । ଯାହାକୁ ନେଇ ବିବାଦ ଦେଖାଯାଇଛି ।
ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା କି ଏପରି ଅଭିଯୋଗ ଆଣିଛି ବିଜେପି । ବିଜେପିର ଏପରି ଅଭିଯୋଗ ପରେ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ସେଠାରେ ବିଜେପି କର୍ମୀମାନେ ନାରାବାଜି କରୁଥିବା ସୂଚନା ମିଳିଛି । ତେବେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ ମନୋଜ ତିୱାରି କହିଛନ୍ତି ଯେ, ଯେଉଁ ଅଚଂଳରେ ସେହି ବ୍ରିଜ ନିର୍ମାଣ ହୋଇଛି ତାହା ତାଙ୍କ ନିର୍ବାଚନ ମଣ୍ଡଳୀରେ ଯାଉଛି ।
ତେଣୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସେହି କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିବାର କଥା । କିନ୍ତୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ତାଙ୍କୁ କୌଣସି ନିମନ୍ତ୍ରଣ ମିଳିନାହିଁ ଯାହାକୁ ନେଇ ବିବାଦ ତେଜୁଛି । ଏହି ବ୍ରିଜ ସାଧାରଣ ଲୋକମାନଙ୍କର ସୁବିଧା ପାଇଁ ତିଆରି କରାଯାଇଛି । ଏହା ନିର୍ମାଣ କରିବା ପାଇଁ ପୂରା ୧୪ ବର୍ଷ ସମୟ ଲାଗିଥିବା ସମୟରେ ୧୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି । ଏହାସହ ଏହି ବ୍ରିଜରେ ଏକ ଲଫଟର ବ୍ୟବହାର କରାଯିବ ଯାହା ସାହାଯ୍ୟରେ ଲୋକମାନେ ପାଖାପାଖି ୧୫୪ ମିଟର ଉପରକୁ ଯାଇ ଦିଲ୍ଲୀ ସହରର ସୌନ୍ଦଯ୍ୟ ଉପଭୋଗ କରିପାରିବେ ।