ଡବଲ ରୋଲରେ ନଜର ଆସିବେ ସିଦ୍ଧାର୍ଥ ମଲହୋତ୍ରା ! କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଜୀବନୀ ଉପରେ ଆଧାରିତ ସିନେମାରେ କରିବେ ଅଭିନୟ

33

ନିକଟରେ ରିଲିଜ ହୋଇଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ସିନେମା ‘ଇତେଫାକ’ । ଆଉ ସବୁଠାରୁ ଭଲକଥା ହେଲା ସିନେମାକୁ ଭଲ ପ୍ରତିକ୍ରିୟା ମିଳିଛି । ଦର୍ଶକ ଏବଂ କ୍ରିଟିକ୍ସମାନେ ‘ଇତେଫାକ’ର କାହାଣୀକୁ ପସନ୍ଦ କରିଛନ୍ତି । ଅନେକ ଦିନ ପେର ସିଦ୍ଧାର୍ଥ ଏକ ଭଲ ସିନେମା ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ଏଥି ମଧ୍ୟରେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ପାଇଁ ଆଉ ଏକ ଭଲ ଖବର ରହିଛି ।

‘ଇତେଫାକ’ ପରେ ସିଦ୍ଧାର୍ଥ ଆଉ ଏକ ସିନେମା ସାଇନ୍ କରିଛନ୍ତି । ଉକ୍ତ ସିନେମାର ସେ ଡବଲ ରୋଲରେ ନଜର ଆସିବେ । ଏହି ସିନେମା ଶହିଦ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଉପରେ ଆଧାରିତ । ଆସନ୍ତା ବର୍ଷ ଆରମ୍ଭ ହେବ ଏହି ସିନେମାର ସୁଟିଂ । ସିଦ୍ଧାର୍ଥଙ୍କ କହିବା ଅନୁସାରେ, ‘ଏହା ଜଣେ ସାହାସୀ ଯବାନଙ୍କ କାହାଣୀ । କ୍ୟାପଟେନ ବିକ୍ରମ ବାତ୍ରା ମାତ୍ର ୨୪ ବର୍ଷ ବୟସରେ ଦେଶ ପାଇଁ ଯେଉଁ କାମ କରିଥିଲେ ତାହା ଏହି ସିନେମାରେ ଜରିଆରେ ଦେଖିବାକୁ ପାଇବେ ଦର୍ଶକ । ’

ସୂଚନାଯୋଗ୍ୟ ବିକ୍ରମ ବାତ୍ରା ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧରେ ଲଢେଇ କରି ପ୍ରାଣବଳି ଦେଇଥିଲେ । ଏହି ମହାନ ତ୍ୟାଗ ଯୋଗୁଁ ମୃତ୍ୟୁ ପରେ ତାଙ୍କୁ ପରମ ବୀର ଚକ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ସିଦ୍ଧାର୍ଥଙ୍କ କହିବା ଅନୁସାରେ ଏହି ସିନେମାର ରହିଛି କିଛି ଏପରି ଦୃଶ୍ୟ ଯେଉଁଥି ପାଇଁ ଭଳି ପ୍ରସ୍ତୁତି ଜୋରଦାର ଚାଲିଛି ।