ଭାଇଜାନଙ୍କ କ୍ୟାମ୍ପରେ ଭିଲିଆନ ! ହୋମପ୍ରଡକ୍ସନ ନିର୍ମିତ ସିନେମାରେ ନଜର ଆସିବେ ସିଦ୍ଧାର୍ଥ

28

ବଲିଉଡ ଭାଇଜାନଙ୍କ କ୍ୟାମ୍ପରେ ଭିଲିଆନଙ୍କ ପ୍ରବେଶ । ଖବର ଅନୁସାରେ ଏବେ ଅଭିନେତା ସିଦ୍ଧାର୍ଥ ମାଲୋହୋତ୍ରାଙ୍କ ଉପରେ ସଲମାନ ଖାନଙ୍କ ଶୁଭ ଦୃଷ୍ଟି ପଡିଛି । ହୋମପ୍ରଡକ୍ସନ ନିର୍ମିତ ଆଗାମୀ ସିନେମା ପାଇଁ ସିଦ୍ଧାର୍ଥଙ୍କୁ ସଲମାନ ସାଇନ କରେଇଥିବା ଜଣାପଡିଛି ।

ତେବେ ସିନେମା ‘ଏକ ଭିଲିଆନ’ରେ ସିଦ୍ଧାର୍ଥଙ୍କ ଅଭିନୟ ଦେଖି ସଲମାନ ଖୁବ୍ ପ୍ରଶଂସା କରିଥିଲେ । ଆଉ ଏଥିସହ ସିଦ୍ଧାର୍ଥଙ୍କୁ ବିଗ ବ୍ରେକ ଦେବେ ବୋଲି ସଲମାନ ଦେଇଥିବା ପ୍ରତିଶ୍ରୁତି ପୂରା କରିବାକୁ ଯାଉଛନ୍ତି ।