ଭୀଷଣ ଗରମରୁ ତ୍ରାହି ପାଇବା ପାଇଁ ଥଣ୍ଡା ପାଣି ପିଉଥିଲେ ଆଜି ଛାଡନ୍ତୁ ! ହୃଦୟର ଗତିକୁ ଧିର କରିଦିଏ ଥଣ୍ଡାପାଣି

566

ଗରମ ଦିନ ଆସିବା ମାତ୍ରେ ହିଁ ଲୋକମାନେ ପ୍ରଥମେ ଫ୍ରିଜରେ ଥଣ୍ଡା ପାଣି ରଖିବା ଆରମ୍ଭ କରି ଦେଇଥାନ୍ତି । ଅନେକ ଲୋକ ଏମିତି ଥାନ୍ତି ଯେଉଁମାନେ ଥଣ୍ଡା ପାଣି ନ ପିଇଲେ ତାଙ୍କ ଶୋଷ ମେଂଟି ନଥାଏ । କିନ୍ତୁ କଣ ଆପଣ ଜାଣନ୍ତି ଥଣ୍ଡା ପାଣି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା ଶରୀରକୁ ଏହା କି ପ୍ରକାର କ୍ଷତି ପହଂଚାଇଥାଏ ।

 

• ଥଣ୍ଡା ପାଣି ପିଇଲେ ରକ୍ତ ନଳୀ ସଙ୍କୁଚିତ ହୋଇଯାଇଥାଏ । ଯାହା ଦ୍ୱାରା ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ । ଆଉ ଖାଦ୍ୟ ଠିକ୍ ଭାବରେ ହଜମ ନହେବା ଦ୍ୱାରା ଶରୀରକୁ ଏହାର ପୌଷ୍ଟିକ ତତ୍ୱ ମିିଳିପାରିନଥାଏ ।

• ଖରାରୁ ଆସି ହଠାତ୍ ଥଣ୍ଡା ପାଣି ପିଇବା ଅନୁଚିତ୍ । ଏହା ଦ୍ୱାରା ଅଂଶୁପାତ ହେବାର ସମ୍ଭାବନା ଥାଏ ।

• ଥଣ୍ଡା ପାଣି ପିଇଲେ ଗଳା ଖରାପ ହୋଇଥାଏ ।

• ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଥଣ୍ଡା ପାଣି ପିଇଲେ ହୃଦୟର ଗତି ଧୀର ହୋଇଯାଇଥାଏ ।

• ଏହାସହ ଥଣ୍ଡା ପାଣି ପିଇଲେ ମୁଣ୍ଡ ବିନ୍ଧା ମଧ୍ୟ ହେବାର ସମ୍ଭାବନା ଥାଏ । ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ସମସ୍ୟା ଆରମ୍ଭରୁ ଅଛି ତେବେ ଥଣ୍ଡା ପାଣିରୁ ଦୂରରେ ରୁହନ୍ତୁ ।