ବିଜେପି ଉପରେ ଜୋରଦାର ବର୍ଷିଲେ ଶିବସେନା-ଏନସିପି ନେତା ! ଶିବସେନା କହିଲା ନୂଆ ସରକାର ଗଠନ ହେବା ଦେଖି କେତେ ଜଣଙ୍କ ପେଟରେ ପୀଡା ହେଉଛି

770

କନକ ବ୍ୟୁରୋ : ମହାରାଷ୍ଟ୍ରରେ ମେଂଟ ସରକାର ଗଢ଼ିବାକୁ ଶିବସେନା- ଏନସିପି- କଂଗ୍ରେସ ଜୋରଦାର କସରତ କରୁଥିବାବେଳେ ବିଜେପି ଉପରେ ପୁଣି ବର୍ଷିଛି ଶିବସେନା ଓ ଏନସିପି । ଶିବସେନା ନିଜ ମୁଖପାତ୍ର ସାମନାରେ ବିଜେପିକୁ ଟାର୍ଗେଟ କରି ଲେଖିଛି ରାଜ୍ୟରେ ନୂଆ ସମୀକରଣ ହେବାକୁ ଯାଉଥିବା ଦେଖି କେତେ ଜଣଙ୍କ ପେଟରେ ପୀଡା ହେଉଛି । ସେହିଭଳି ଏନସିପିର ମୁଖ୍ୟ ମୁଖପାତ୍ର ନୱାବ ମଲ୍ଲିକ ମଧ୍ୟ ବିଜେପି ଓ ଦେବେନ୍ଦ୍ର ଫଡନଭିସଙ୍କୁ ସମାଲୋଚନା କରିିଛନ୍ତି । କହିଛନ୍ତି ଦେବେନ୍ଦ୍ର ଫଡନଭିସ୍ ପରାସ୍ତ ସେନାର ମୁଖ୍ୟ ।

ସେପଟେ ଆଉ କିଛି ସମୟ ପରେ ତିନି ଦଳର ପ୍ରତିନିଧି ଦଳ ମିଳିତ ଭାବେ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଦେଖାଦେଇଥିବା ପ୍ରଶାସନିକ ଅଚଳାବସ୍ଥା ନେଇ ରାଜ୍ୟପାଳଙ୍କ ସହ ତିନି ଦଳର ନେତା ଆଲୋଚନା କରିବେ ବୋଲି ଜଣାପଡିଛି । ସେହି କୃଷି ଓ କୃଷକଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିବେ । ସେପଟେ ଆସନ୍ତାକାଲି ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଶରଦ ପାୱାର ଭେଟି ପରବର୍ତୀ କାର୍ଯ୍ୟପନ୍ଥା ଚୂଡାନ୍ତ କରିବା ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଆଲୋଚନା ପରେ ସରକାର ଗଠନ ନେଇ ସ୍ପଷ୍ଟ ଘୋଷଣା କରିପାରନ୍ତି ତିନି ଦଳ ।