ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ନିଲମ୍ବିତ ହେଲେ ପୁଲିସ୍ ବାବୁ : ସେୟାର୍ କରିଥିଲେ ବାଇଶି ପାହାଚରେ ପିଣ୍ଡଦାନ କରୁଥିବାବେଳର ଫଟୋ

51

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ନିଲମ୍ବିତ ହେଲେ ପୁଲିସ୍ ଅଧିକାରୀ । ସମୁଦ୍ରକୂଳ ଥାନା ସବଇନସ୍ପେକ୍ଟର ଦିଲ୍ଲୀପ ପଣ୍ଡାଙ୍କର ବାଇଶି ପାହାଚରେ ଶ୍ରାଦ୍ଧ ଦେବା ସମୟର ଫଟୋ ଭାଇରାଲ ହେବା ପରେ ତାଙ୍କୁ ନିଲମ୍ବନ କରାଯାଇଛି । ଆଜି ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ପିଣ୍ଡ ଦିଆଯିବାବେଳେ ଏହି ଫଟୋ ଉଠାଯାଇଥିଲା । ସେ ବାଇଶି ପାହାଚରେ ଶ୍ରାଦ୍ଧ ଦେବା ସମୟର ଫଟୋ ଫେସବୁକରେ ପୋଷ୍ଟ କରିଥିଲେ । ଜଣେ ଦାୟିତ୍ୱବାନ ପୋଲିସ୍ ଯେ ଏପରି କାମ କରିବେ ତାହା ବିଶ୍ୱାସ କରିହେଉନାହିଁ । ଆଇନର ରକ୍ଷକ ସାଜିଥିବା ପୋଲିସ ବାବୁ ନିଜେ ଆଇନ୍ ଉଲଂଘନ କରିଛନ୍ତି ।

ତେବେ ଶ୍ରୀମନ୍ଦିର ପରସରରେ ନିଷୋଧାଜ୍ଞା ଓ କଡା ସୁରକ୍ଷା ସତ୍ୱେ୍ୱ କିଭଳି ପୋଲିସ ବାବୁ ଫଟୋ ଉଠାଇଲେ ଓ ତାଙ୍କୁ କିଏ ଅନୁମତି ଦେଲା ସେ ନେଇ ଚର୍ଚ୍ଚା ହେବା ପରେ ନିଅ।।ଯାଇଛି କାର୍ଯ୍ୟାନୁଷ୍ଠାନ । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ବାରଣ କରାଯାଇଥିବାବେଳେ ଫଟୋ ନ ଉଠାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ତଥାପି ନିୟମ ଉଲଂଘନ ହେଉଛି । କେଉଁ ପରିସ୍ଥିତିରେ ଏପରି ଘଟଣା ଘଟୁଛି ତାହା ଚିନ୍ତାର ବିଷୟ ପାଲଟିଛି ।