ପ୍ରଧାନମନ୍ତ୍ରୀ ମୋଦିଙ୍କ ମିମିକ୍ରି କରି ଅଡୁଆରେ କଳାକାର ! ରିୟଲିଟି ସୋ’ର ପ୍ରତିଯୋଗୀତାରୁ ବାଦ୍ ପଡିଲେ ଶ୍ୟାମ ରଙ୍ଗିଲା

38

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନକଲ କରି ରାତାରାତି ଷ୍ଟାର ପାଲଟିଥିଲେ ଶ୍ୟାମ ରଙ୍ଗିଲା । ଆଉ ଏବେ ଏହି ମିମିକ୍ରି ତାଙ୍କୁ ଅଡୁଆରେ ପକାଇଦେଇଛି । ମୋଦିଙ୍କ ଅବିକଳ ନକଲ କରିପାରୁଥିବାରୁ ଶ୍ୟାମ ରଙ୍ଗିଲାଙ୍କୁ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଂଜ ରିୟଲିଟି ସୋ’ର ପ୍ରତିଯୋଗୀ ଭାବେ ସାମିଲ କରାଯାଇଥିଲା । ତେବେ ମୋଦିଙ୍କ ମିମିକ୍ରି ଏପରି ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲା ଯେ ଶେଷ ମୁହୂର୍ତ୍ତରେ ସେ ବାଦ ପଡିଛନ୍ତି ପ୍ରତିଯୋଗିତାରୁ । ହେଲେ ଏହି ରିୟାଲିଟି ସୋ’ର ଭିଡିଓ କ୍ଲିପ୍ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ।

ପ୍ରାୟ ତିନି ବର୍ଷ ଧରି ମୋଦିଙ୍କ ନକଲ କରିଆସୁଥିଲେ ଶ୍ୟାମ ରଙ୍ଗିଲା । ହେଲେ ଲାଫ୍ଟର ଚ୍ୟାଲେଂଜ ରିୟଲିଟି ସୋ’ର ଭିଡିଓ ଭାଇରାଲ ହେବା ପରେ ଶ୍ୟାମ ରଙ୍ଗିଲା ଭାବିଥିଲେ ତାଙ୍କର ଭାଗ୍ୟ ବଦଳିଯାଇଛି । ହେଲେ ମୋଦିଙ୍କ ନକଲକୁ ବାଦ ଦେଇ ରିୟଲିଟି ସୋ’ରେ ଭାଗ ନେବାକୁ ସଂପୃକ୍ତ ଟିଭି ଚ୍ୟାନେଲ ପକ୍ଷରୁ କୁହାଯାଇଥିଲା । ଏହାପରେ ରାହୁଲ ଗାନ୍ଧିଙ୍କ ମିମିକ୍ରି କରିଥିଲେ ରଙ୍ଗିଲା । ମାତ୍ର ତାହା ମଧ୍ୟ ଟେଲିକାଷ୍ଟ କରାଯିବନାହିଁ କହି ପ୍ରତିଯୋଗିତାରୁ ତାଙ୍କୁ ବାଦ ଦିଆଯାଇଥିଲା । ଚ୍ୟାନେଲର ଏପରି ନିଷ୍ପତ୍ତି ତାଙ୍କ କ୍ୟାରିୟରକୁ ବହୁ ପଛକୁ ନେଇଗଲା ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଶ୍ୟାମ ରଙ୍ଗିଲା । ସେ କହିଛନ୍ତି, ସେ କେବଳ ପ୍ରଧାନମନ୍ତ୍ରୀଙ୍କୁ ନକଲ କରୁଥିଲେ, ତାଙ୍କର କିଛି ଅନ୍ୟ ଉଦ୍ଦେଶ୍ୟ ନଥିଲା ।