ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦା : ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡର ବିଜ୍ଞାପନରେ ବାପାଙ୍କ ସହ କଲେ ସ୍କ୍ରିନ୍ ସେୟାର

58

ଅଭିନୟ କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି ଅମିତାଭଙ୍କ ଝିଅ । ଖୁବ୍ ଶୀଘ୍ର ପରଦାରେ ଦେଖା ଦେବେ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ନନ୍ଦା । ପୁଣି ନିଜ ଅଭିନୟର ପ୍ରଥମ ପଦାର୍ପଣରେ ହିଁ ବାପାଙ୍କ ସହ ସ୍କ୍ରିନ୍ ସେୟାର କରିବେ ଶ୍ୱେତା । ଏକ ପ୍ରତିଷ୍ଠିତ ଜୁଏଲାରୀ ବ୍ରାଣ୍ଡର ବିଜ୍ଞାପନରେ ଅଭିନୟ କରିବାକୁ ଯାଉଛନ୍ତି ଶ୍ୱେତା ନନ୍ଦା । ଯେଉଁଥିରେ ସେ ନିଜ ବାପା ତଥା ବଲିଉଡ୍ ବିଗ୍ ବି ଭାବେ ପରିଚିତ ଅମିତାଭ ବଚ୍ଚନଙ୍କ ସହ ଅଭିନୟ କରିବେ ।

ଆସନ୍ତା ଜୁଲାଇ ମାସରେ ଏହି ବିଜ୍ଞାପନ ଫିଲ୍ମ ରିଲିଜ୍ ହେବ । ଏକ ପ୍ରତିଷ୍ଠିତ କଳାକାର ପରିବାରର ଝିଅ ହୋଇଥିବା ସତ୍ୱେ ଶ୍ୱେତା ପୂର୍ବରୁ କେବେ ବି ଅଭିନୟ କରିନଥିଲେ । ବାପା, ମାଆ, ଭାଇ, ଭାଉଜ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ କଳାକାର ହୋଇଥିବା ସତ୍ୱେ ବଲିଉଡ୍ରେ କ୍ୟାରିୟର କରିବାକୁ ଆଗରୁ କେବେ ଇଚ୍ଛା ପ୍ରକାଶ କରିନଥିଲେ ଶ୍ୱେତା । ତେବେ ବିଜ୍ଞାପନ ଜରିଆରେ ଅଭିନୟ କରୁଥିବାରୁ ଏହିଠାରୁ ହିଁ ସେ ବଲିଉଡରେ କ୍ୟାରିଅର୍ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।