ଅଭିଷେକ ବଚ୍ଚନଙ୍କ ବିଷୟରେ କିଛି ରୋମାଂଚଭରା ଅଜଣା କଥା ! ଲେଖା ମାଧ୍ୟମରେ ଜଣାଇଲେ ଭଉଣୀ ଶ୍ୱେତା

25

ବଲିଉଡ଼ ଅଭିନେତା ଅଭିଷେକ ବଚ୍ଚନଙ୍କ ଭଉଣୀ ଶ୍ୱେତା, ଅଭିଶେଷଙ୍କ ବିଷୟରେ କିଛି ଅଜଣା କଥା ଜଣାଇଛନ୍ତି । ଯାହା ଜାଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଭିଷେକ ଛୋଟ ହେଲେ ମଧ୍ୟ ସେ ଏକ ଛୋଟ ଭାଇ ଚାହୁଁଥିଲେ । ଏଥପାଇଁ ଯେବେ ବି ତାଙ୍କ ଆଖି ପତାରୁ କୌଣସି ଚୁଟି ଖସେ, ସେ ତୁରନ୍ତୁ ଆଖି ବନ୍ଦ କରି ଛୋଟ ଭାଇ ପାଇବା ଆଶାରେ କିଛି ମାଗି ନିଅନ୍ତି । ଶ୍ୱେତା ଅଭିଷେକଙ୍କ ଠାରୁ ୨ ବର୍ଷ ବଡ଼ । କିନ୍ତୁ ବଡ଼ ହେଲେ ମଧ୍ୟ ଶ୍ୱେତା ଅଭିଷେକଙ୍କୁ ସହ କେବେ ଝଗଡ଼ା କରି ନାହାନ୍ତି । ତେଣୁ ଅଭିଷେକ ତାଙ୍କୁ ସବୁବେଳେ ଏକ ଛୋଟ ଭଉଣୀ ପରି ବ୍ୟବହାର କରନ୍ତି ।

ଶେତ୍ୱା ପ୍ରକାଶ କରିଛନ୍ତି, ଅଭିଷେକ ଯେତେ ଯେତେ ବଡ଼ ହୋଇ  ଯାଉଥିଲେ, ସେ ଅଧିକ ଦୁଷ୍ଟାମୀ କରୁଥିଲେ । କିନ୍ତୁ ଅଭିଷେକ ଛୋଟରୁ ବହୁତ ଶାନ୍ତ ଓ ଲାଜକୁଳା ସ୍ୱଭାବର ଥିଲେ । ଥରେ ଛୋଟବେଳେ ମଜାକରେ ଅଭିଷେକ ଗାଡ଼ି ଷ୍ଟାଟ କରିଦେଇଥିଲେ ଆଉ ଉଭୟଙ୍କୁ ସେଥିପାଇଁ ଆଘାତ ମଧ୍ୟ ଆସିଥିଲା । ଏନେଇ ଶ୍ୱେତା ସବୁବେଳେ ଅଭିଷେକଙ୍କୁ ଡରାଉଥିଲେ ବୋଲି ପ୍ରକାଶ କରିଛନ୍ତି । ଆଜି ରାକ୍ଷୀ ପୂର୍ଣ୍ଣମୀ ଅବସରରେ ଶ୍ୱେତା, ଅଭିଷେକଙ୍କ ସହ ଏପରି ଅନେକ ଖଟାମିଠା ସ୍ମ୍ମୃତିକୁ ବାଂଟିଛନ୍ତି ।