ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଛି ଆୟୁଷ୍ମାନ-ଭୂମିଙ୍କ ‘ଶୁଭ ମଙ୍ଗଲ ସାବଧାନ’ ! ବଢ଼ିଲା ସିନେମାର ଆୟ

142

ଗତ ଶୁକ୍ରବାର ରିଲିଜ ହୋଇଛି ଆୟୁଷ୍ମାନ୍ ଖୁରାନା ଓ ଭୂମି ପେଡ଼ନେକରଙ୍କ ସିନେମା ‘ଶୁଭ ମଙ୍ଗଲ ସାବଧାନ’‘ଦମ୍ ଲଗାକେ ହୈସା’ର ଲୋକପ୍ରିୟ ଯୋଡ଼ି ଆୟୁଷ୍ମାନ୍ ଖୁରାନା-ଭୂମି ପେଡ଼େନେକର୍ ପୁଣି ପରଦାକୁ ଫେରିଛନ୍ତି ଏହି ସିନେମା ଜରିଆରେ । ଆନନ୍ଦ ଏଲ୍ ରାୟଙ୍କ ପ୍ରଯୋଜିତ ଏହି କମେଡ଼ି ସିନେମାର ନିର୍ଦ୍ଦେଶକ ହେଲେ ଆର୍.ଏସ୍.ପ୍ରସନ୍ନା । ଏହା ଏକ ଦଂପତିଙ୍କ ଜୀବନ କାହାଣୀ ଉପରେ ଆଧାରିତ । ଏକାଦିନ ରିଲିଜ ହୋଇଥିଲା ଗୋଟିଏ ଅଜୟ ଦେବଗନଙ୍କ ସିନେମା ବାଦଶାହୋ । ପ୍ରଥମେ ଭଲ ପ୍ରଦର୍ଶନ କରିପାରି ନଥିଲା ସିନେମା ‘ଶୁଭ ମଙ୍ଗଲ ସାବଧାନ’ । ବକ୍ସ ଅଫିସରେ ଆୟ ମାମଲାରେ ‘ଶୁଭ ମଙ୍ଗଲ ସାବଧାନ’ ପଛରେ ଦେଖାଯାଉଥିଲେ ହେଁ କମ ବଜେଟରେ ତିଆରି ହୋଇଥିବା ସିନେମା ଡିଷ୍ଟିବ୍ୟୁଟରଙ୍କ ପାଇଁ ଲାଭକର ସାବସ୍ଥ୍ୟ ହେଉଛି ।

ଅଜୟଙ୍କ ସିନେମା ବାଦଶାହୋ ପାଇଁ ଏହି ସେନେମାକୁ କମ ସ୍କ୍ରିନିଂ ମିଳିଛି । ତଥାପି ପ୍ରଥମ ତିନି ଦିନରେ ଶୁଭ ମଙ୍ଗଲ ସାବଧାନ ୧୪.୪୬ କୋଟି ଟଙ୍କା ଆୟ କରିପାରିଛି । ଶୁକ୍ରବାର ୨.୭୧ କୋଟି, ଶନିବାର ୫.୫୬ ରବିବାର ୬.୧୭ କୋଟି ଆୟ କରିଛି ‘ଶୁଭ ମଙ୍ଗଲ ସାବଧାନ୍’ । ସମସ୍ତେ ଭାବିଥିଲେ ଅଜୟଙ୍କ ସିନେମା ଆଗରେ ଭଲ ପ୍ରଦର୍ଶନ କରିପାରିବ ନାହିିଁ ‘ଶୁଭ ମଙ୍ଗଲ ସାବଧାନ୍’ । କିନ୍ତୁ ଏକଥା ଭୁଲ ପ୍ରମାଣିତ ହୋଇଛି । ଧୀରେ ଧୀରେ ନିଜର ଆୟ ମଜଭୁତ କରୁଛି ସିନେମା ‘ଶୁଭ ମଙ୍ଗଲ ସାବଧାନ୍’ । ଏହି ସିନେମାରେ ଆୟୁଷ୍ମାନ ଖୁରାନାଙ୍କ ଅଭିନୟକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ତେବେ ସିନେମାର ମୁଖ୍ୟ ଅଭିନେତ୍ରୀ ଭୂମି ପେଡ଼ନେକର ମଧ୍ୟ କିଛି କମ ନୁହଁ ତାଙ୍କ ଅଭିନୟ ଦକ୍ଷତାକୁ ଜଣାପଡ଼ୁଛି ସେ ବହୁତ ଆଗକୁ ଯିବେ ।

ମଲ୍ଟି ଷ୍ଟାରର୍ ‘ବାଦଶାହୋ ’ଏକା ଦିନ ରିଲିଜ ହୋଇଥିଲା । ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲେ ହେଁ ରବିବାର ଦିନ ସିନେମାର ଆୟ କମିଯାଇଛି । ‘ବାଦଶାହୋ’ର ନିର୍ମାତା ହେଲେ ଭୂଷଣ କୁମାର୍ । ଏହାର ନିର୍ଦ୍ଦେଶନା ଦେଇଛନ୍ତି କଚ୍ଚେ ଧାଗେ, ଚୋରି ଚୋରି, ଦିଓ୍ଵାର୍ , ଓ୍ଵାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, ଓ୍ଵାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ ଦୋବାରା ଏବଂ ଡ଼ାର୍ଟି ପିକ୍ଚର୍ ଭଳି ହିଟ୍ ସିନେମା ମେକର୍ ମିଲନ୍ ଲୁଥ୍ରିଆ । ଏଥିରେ ଅଜୟ ଦେବଗନ୍, ଇଲିଆନା ଡ଼ିକ୍ରୁଜ୍ , ଇମ୍ରାନ୍ ହାସମୀ, ଇଶା ଗୁପ୍ତା, ସଂଜୟ ମିଶ୍ରା ଓ ବିଦ୍ୟୁତ୍ ଜାମଓ୍ଵାଲ ପ୍ରମୁଖ ଲିଡ଼୍ ରୋଲରେ ଅଛନ୍ତି । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହେବା ସମୟରେ ପାଞ୍ଚଜଣ ଚୋରଙ୍କ ଉପରେ ‘ବାନଶାହୋ’ର କଥାବସ୍ତୁ ଆଧାରିତ ।