ପୁରୁଣା ଜମାନାର ପ୍ରେମକୁ ପସନ୍ଦ କରନ୍ତି ଶ୍ରୁତି ହାସନ

59

ଶ୍ରୁତି ହାସନ ଯେତେବେଳେ ଯାହାକିଛି କରନ୍ତି ତାକୁ ନେଇ ଚର୍ଚ୍ଚା ହୋଇଥାଏ । କେତେବେଳେ ତାଙ୍କ ଅଭିନୟକୁ ନେଇ ଚର୍ଚ୍ଚା ହୋଇଥାଏ ତ ପୁଣି କେତେବେଳେ ତାଙ୍କ ଗୀତକୁ ନେଇ ହୁଏ ଚର୍ଚ୍ଚା । କିନ୍ତୁ ଏବେ ସେ ତାଙ୍କ ପସନ୍ଦକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ତାଙ୍କୁ ଆଜିକାଲିକା ପ୍ରେମ ଜମାରୁ ପସନ୍ଦ ନୁହେଁ । ତାଙ୍କୁ ପୁରୁଣା ଜମାନାର ପ୍ରେମ ଖୁବ୍ ପସନ୍ଦ ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।

ଶ୍ରୁତି ଆଉ ମଧ୍ୟ କହିଥିଲେ , ଆଜିକାଲି ଦୁଇ ଜଣ ପ୍ରେମିକ ପ୍ରେମିକାଙ୍କ ଅଧାଅଧି କଥା ହ୍ୱାଟ୍ସ ଆପ୍ ହୋଇଯାଉଛି । ଆଉ ବାକି କଥା ହେଉଛି ଦେଖାସାକ୍ଷାତରେ କିମ୍ବା ଫୋନରେ । କିନ୍ତୁ ଆଗରୁ ନା ଥିଲା ହ୍ୱାଟ୍ସ ଆପ୍ ନା ଥିଲା ମୋବାଇଲ । ଦେଖାହେଲେ ଯାଇ କଥା ହେଉଥିଲୁ । ଆଉ ସେହି ଦେଖାସାକ୍ଷାତ ହିଁ ପ୍ରେମ ସଂପର୍କକୁ ଆହୁରୀ ମଜଭୁତ୍ କରି ରଖୁଥିଲା ବୋଲି ସେ କହିଛନ୍ତି ।

ତେବେ ତେଲଗୁ, ତାମିଲ ଏବଂ ହିନ୍ଦୀ ସିନେମାରେ ଅଭିନୟ କରିସାରିଥିବା ଶ୍ରୁତି ବର୍ତ୍ତମାନସୁଦ୍ଧା ତିନି ତିନୋଟି ଫିଲ୍ମଫେୟାର ଆୱାର୍ଡ ହାସଲ କରିସାରିଛନ୍ତି । ସାଉଥର ଏହି ଲିଡ୍ ଅଭିନେତ୍ରୀ ଏବେ ବ୍ୟସ୍ତ ଅଛନ୍ତି ତାଙ୍କର ଆଗାମୀ ‘ବହନ ହୋଗୀ ତେରୀ’ ସିନେମାରେ ।