ଡ୍ରମ୍ ବଜାଇ ବିଶ୍ୱ ରେକର୍ଡ : ୨୪ ବର୍ଷୀୟା ଶ୍ରୀଷ୍ଟି ୩୧ଘଣ୍ଟା ଧରି କଲେ କମାଲ୍

43

shristiରେକର୍ଡ ବୁକରେ ସ୍ଥାନ ପାଇବାକୁ କାହାର ବା ଇଚ୍ଛା ନଥାଏ। ଯେତେବେଳେ ଗିନିଜ ୱାଲର୍ଡ ରେକର୍ଡ କଥା ଉଠେ ସେତେବେଳେ ମନ ଭିତରେ ଏକ ଅପୂର୍ବ ଉନ୍ମାଦନା ଖେଳିଯାଏ । କିଛି ଦିନ ପୂର୍ବରୁ ଭାରତର ଦୁଇ ଝିଅ ଅଲିମ୍ପିକ୍ସରେ ନିଜକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛନ୍ତି । ଏବେ ଆଉ ଜଣେ ଝିଅ ଶ୍ରୀଷ୍ଟି ପଟିଦାର ନିଜ ନାମକୁ ଗିନିଜ୍ ବୁକ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନ ଦେଇଛନ୍ତି । ମଧ୍ୟପ୍ରଦେଶର ଏହି ୨୪ ବର୍ଷୀୟ ତରୁଣୀ ଲଗାତାର ୩୧ ଘଂଟା ଡ୍ରମ ବଜାଇ ଏହି ରେକର୍ଡ ନିଜ ନାମରେ କରିଛନ୍ତି ।

Captureତେବେ ଏହା ପୂର୍ବରୁ ଏହି ରେକର୍ଡ ମେକ୍ସିକୋର ସୋଫିଆଙ୍କ ନାମରେ ଥିଲା । ଲଗାତାର ୨୪ ଘଂଟା ଡ୍ରମ୍ ବଜାଇ ରେକର୍ଡ କରିଥିଲେ ସୋଫିଆ । ତେବେ ନିଜର ନାମକୁ ରେକର୍ଡ ବୁକରେ ସ୍ଥାନ ଦେବାପାଇଁ କିଛି ମାସ ପୂର୍ବରୂ ନିଜକୁ ପ୍ରସ୍ତୁତ କରିଥିଲେ ଶ୍ରୀଷ୍ଟି । କିଛି ମାସର ଅଭ୍ୟାସ ପରେ ନିଜର ମିଶନ ପାଇଁ ଅଂଟା ଭିଡିଥିଲେ ଶ୍ରୀଷ୍ଟି ଏବଂ ଗତ ସୋମବାର ଦିନ ୧୨.୩୦ ରୁ ମଙ୍ଗଳବାର ସକାଳ ୮ଟା ପଯ୍ୟନ୍ତ ଅବିରତ ଭାବେ ଡ୍ରମ୍ ବଜାଇ ଗିନିଜ୍ ୱାଲଡ଼ ବୁକରେ ନିଜ ନାମକୁ ସ୍ଥାନ ଦେଲେ ଏହି ଭାରତୀୟ ।

Capture2ତେବେ ଶ୍ରୀଷ୍ଟି କେବଳ ଡ୍ରମ୍ ବଜାଇବାରେ ଏକ୍ସପର୍ଟ ନୁହନ୍ତି, ଭଲ ପାଠ ମଧ୍ୟ ପଢନ୍ତି । ଆଉ ସବୁବେଳେ ଗଣିତରେ ଟପ୍ କରୁଥିବା ଶ୍ରୀଷ୍ଟି ଡ୍ରମ୍ ବଜାଇବା ବେଳେ ମଧ୍ୟ ଗଣିତର ଫର୍ମୁଲା ପକାଇ ବଜାଇଥାନ୍ତି ବୋଲି କହିଛନ୍ତି । ଏକ ଗରିବ ଚାଷୀ ପରିବାରରୁ ଆସିଥିଲେ ମଧ୍ୟ ନିଜ ଅଭିଯାନରୁ କ୍ଷାନ୍ତ ହୋଇ ନଥିଲେ ଶ୍ରୀଷ୍ଟି ।