ସ୍ନାନପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲା ଠାକୁରଙ୍କ ଗୁପ୍ତ ନୀତି : ମହାପ୍ରଭୁଙ୍କ ହେବ ସେନାପଟ୍ଟା ଲାଗି

44

କନକ ବ୍ୟୁରୋ : ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହେବ, ଚାଲିଛି ଗୁପ୍ତନୀତି । ଏହି ସେବା ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପ୍ରାୟ ୭ଘଂଟା ବନ୍ଦ ରହିବ । ସେନାପଟା ଲାଗି ଶେଷ ହେବା ପରେ ମଙ୍ଗଳ ଆଳତି ହେବ । ଶ୍ରୀମନ୍ଦିରର ପ୍ରଶାସନର ନୀତି ନିର୍ଘଂଟ ମୁତାବକ, ପୂବାହ୍ନ ୧୨ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ।

ଗତକାଲି ବିଳମ୍ବିତ ରାତିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବଡ ସିଂହାର ଭୋଗ, ପହୁଡ ଆଳତି ପରେ ଚତୁର୍ଦ୍ଧା ମୂର୍ତିଙ୍କୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯାଇଥିଲା । ପରେ ସେବକମାନେ ପ୍ରଭୁଙ୍କ ବାହୁଟକଂଟ ଗୋପନ ନୀତି ସମ୍ପାଦନ କରିଥିଲେ । ମହାପ୍ରଭୁଙ୍କ ଭୁଜକୁ ସୁରକ୍ଷା ଦେବା ପାଇଁ ବଉଳ କାଠରେ ନିର୍ମିତ ବାହୁଟକଂଟ ନିର୍ମାଣ ହୋଇଛି । ବାହୁଟକଂଟ ନୀତି ପରେ କୋଠ ସୁଆଁସିଆଁ ସେବକମାନେ ରତ୍ନ ସିଂହାସନରେ ଚାର ବାନ୍ଧିବାକୁ ଗର୍ଭଗୃହକୁ ବିଜେ କରିଥିଲେ । ଏବେ ଚାଲିଛି ଚାରବନ୍ଧା କାର୍ଯ୍ୟକ୍ରମ । ଚାର ବାନ୍ଧି ବାହାରିବା ପରେ ସେନାପଟା ବାନ୍ଧିବାକୁ ପୁଣି ଥରେ ଗର୍ଭଗୃହକୁ ପ୍ରବେଶ କରିବେ ।