ଶ୍ରୀଜୀଉଙ୍କୁ ଉପବାସରେ ରଖିବା ନେଇ ପୁରୀରୁ ବିଧାନସଭା ଯାଏ ହଟ୍ଟଗୋଳ । ଗୃହ ମଧ୍ୟଭାଗରେ ବିଜେପି ଓ କଂଗ୍ରେସ ବିଧାୟକଙ୍କ ହଙ୍ଗାମା
କନକ ବ୍ୟୁରୋ: ପୁରୀ ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଆରମ୍ଭ ହୋଇଥିବା ଅସନ୍ତୋଷ ବିଧାନସଭାରେ ପ୍ରତିଫଳିତ ହୋଇଛି । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ବିବାଦ ଯୋଗୁ ମହାପ୍ରଭୁ ଉପବାସ ରହିବା ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଧାନସଭା ଆରମ୍ଭରୁ ଏହି ପ୍ରସଙ୍ଗରେ ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ପଟେ କୋଟିକୋଟି ଓଡିଆଙ୍କ ଆରଧ୍ୟ ଦେବତା ଉପବାସରେ ଅଛନ୍ତି ଆଉ ଅନ୍ୟପଟେ ସରକାର ସବୁ ଜାଣି ଚୁପ ବସିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ସଦସ୍ୟ । ସେବାୟତ ଓ ପ୍ରଶାସନ ଭିତରେ ଟଣା ଓଟରା ଯୋଗୁ ପୁରୀ ଶ୍ରୀମନ୍ଦିର ବିଶ୍ୱ ଦରବାରରେ ନିନ୍ଦିତ ହେବା ଆଗରୁ ସରକାର ସମସ୍ୟାର ସମାଧାନ କରନ୍ତୁ ବୋଲି ଦାବି କରିଛନ୍ତି ବିଜେପି ଓ କଂଗ୍ରେସ ।