ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଝିଅ ଅନ୍ୟ ପାଇଁ ସାଜିଲେ ଉଦାହରଣ ! ବିଦେଶରେ ଡାକ୍ତର ଚାକିରୀ ଛାଡିଲେ, ଭାରତୀୟ ସେନାରେ ଯୋଗ ଦେଲେ ।

36
ହରିଦ୍ୱାରର ବିଜେପି ସାଂସଦ ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କ ଝିଅ  ଶ୍ରେୟସୀ ନିଶଙ୍କ ସେନାର ମେଡିକାଲ ୟୁନିଟରେ ଆର୍ମି ଅଫିସର ଭାବେ ସାମିଲ ହୋଇଛନ୍ତି । ସାଂସଦ ରମେଶ ପୋଖରିୟାଲ ଶ୍ରେୟସୀଙ୍କୁ ଷ୍ଟାର ଲଗାଉଥିବାର ଫଟୋ ସେ ନିଜ ଟ୍ୱିଟରରେ ଟ୍ୱିଟ୍ କରି ପୋଷ୍ଟ କରିଛନ୍ତି । ଯେଉଁ ଟ୍ୱିଟକୁ ହଜାର ହଜାର ଥର ରିଟ୍ୱିଟ୍ କରାଗଲାଣି । ରିପୋର୍ଟ ଅନୁସାରେ, ରୁଡକିର ସେନା ହସ୍ପିଟାଲରେ ଶେୟସୀ କାର୍ଯ୍ୟ କରିବେ ।
ରମେଶ ପୋଖରିୟାଲ ନିଜ ଝିଅର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ନିଜ ଝିଅର ସେନାରେ ସାମିଲ ହେବା ଖବର ସେୟାର କରୁଥିବାରୁ ସେ ନିଜକୁ ବହୁତ ଗୌରବନ୍ୱିତ ମନେ କରୁଛନ୍ତି ।
ସେ କହିଛନ୍ତି ଯେ, ଶ୍ରେୟସୀ ନିଶଙ୍କ ଉତ୍ତରାଖଣ୍ଡର ସୈନ୍ୟ ପରମ୍ପରାକୁ ବଜାୟ ରଖି ଆର୍ମି ମେଡିକାଲ ୟୁନିଟରେ ସାମିଲ ହୋଇଛନ୍ତି ।
ରିପୋର୍ଟ ଅନୁସାରେ, ସେନାର ଉପରିସ୍ଥ ଅଧିକାରୀ ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରେୟସୀ ସେନାରେ ସାମିଲ ହୋଇଛନ୍ତି ।
ଖବରକାଗଜ ରିପୋର୍ଟ ଅନୁସାରେ, ରମେଶ ପୋଖରିୟାଲ କହିଛନ୍ତି ଯେ, ତାଙ୍କ ପରିବାରରୁ କେହି ସେନାରେ ନଥିଲେ । ସେ ଚାହୁଁଥିଲେ କି ତାଙ୍କ ପରିବାରରୁ କେହି ସେନାରେ ସାମିଲ ହୁଅନ୍ତୁ । ଶେଷରେ ତାଙ୍କ ଝିଅ ଶ୍ରେୟସୀ ସେନାରେ ସାମିଲ ହୋଇ ତାଙ୍କୁ ଗର୍ବ ଅନୁଭବ କରାଇଛନ୍ତି ।
ସୂଚନା ଅନୁଯାୟୀ, ମରିସସର ଏକ ଅନ୍ତରାଷ୍ଟ୍ରୀୟ ମେଡିକାଲ ୟୁନିଭରସିଟିରେ ଶ୍ରେୟସୀଙ୍କୁ ଚାକିରୀ ମିଳିଥିଲା । କିନ୍ତୁ ଶ୍ରେୟସୀ ନିଜ ଦେଶରେ ହିଁ ଚାକିରୀ କରିବାର ନିଷ୍ପତ୍ତି ନେଇଥିଲେ । ନିଜ ପିଲା ଦିନରୁ ସେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ୨ବର୍ଷ ପୂର୍ବରୁ ମିଲିଟାରୀକୁ ନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ । ଆଉ ଶେଷରେ ସେ ସଫଳତା ପାଇଛନ୍ତି ।