ଶ୍ରୀମନ୍ଦିର ପ୍ରଶାସନ ହାତକୁ ଆସିବ ମା ଲକ୍ଷ୍ମୀ ମନ୍ଦିର ପରିଚାଳନା : ବଡଦେଉଳ ବ୍ୟବସ୍ଥାବଳିରେ ହେବ ସାମିଲ

26

କନକ ବ୍ୟୁରୋ : ଏଣିକି ଶ୍ରୀମନ୍ଦିର ବ୍ୟବସ୍ଥାଭଳିରେ ସାମିଲ ହେବ ଲକ୍ଷ୍ମୀ ମନ୍ଦିର । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କ ସୂଚନା । ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ସେପଟେ ଆସନ୍ତା ୩୦ରେ ଲକ୍ଷ୍ମୀ ମନ୍ଦିର ଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନ ଯାଇ ମାଆଙ୍କ ସମସ୍ତ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବ ବୋଲି ଜଣାପଡିଛି । ଏଣିକି ଭକ୍ତ ଲକ୍ଷ୍ମୀ ମନ୍ଦିରରେ ସିଧାସଲଖ ଆଉ ଦାନ କରିପାରିବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ଗତ ମାର୍ଗଶୀର ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କ ମୁକୁଟ ନଥିଲା । ଫଳରେ ମାଆଙ୍କ ମୁଖମଣ୍ଡଳ ଶ୍ରୀହୀନ ହୋଇପଡିଥିବା ଅଭିଯୋଗ କରିଥିଲେ ଶ୍ରଦ୍ଧାଳୁ ।