ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ : ୧୪ ଦିନ ଅଣସର ପରେ ଦର୍ଶନ ଦେଲେ ମହାପ୍ରଭୁ

24

କନକ ବ୍ୟୁରୋ : ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ନବଯୌବନ ପ୍ରାପ୍ତି ପରେ ଏହି ଦର୍ଶନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଖୋଲାଯାଇଛି । ପ୍ରଥମେ ପରିମାଣିକ ଟିକେଟଧାରୀଙ୍କୁ ସୁଯୋଗ ମିଳିଛି ।

୧୪ ଦିନ ଅଣସର ଘରେ ରହିବା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଆସନ୍ତାକାଲି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ରଥଯାତ୍ରା ନେଇ  କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଦେଖନ୍ତୁ ଏହି ଭିଡ଼ିଓ –