ଶ୍ରୀମନ୍ଦିର ମରାମତି ପାଇଁ ପଦକ୍ଷେବ ନେବ ଏଏସଆଇ । ରାସାୟନିକ ଅନୁଧ୍ୟାନ ପରେ ସୁଦୃଢ କରାଯିବ ନୀଳଚକ୍ର : ସେପଟେ ଜୁଲାଇ୫ରୁ ୧୪ ତାରିଖ ଭିତରେ ଶ୍ରୀମନ୍ଦିରର ହେବ ମରାମତି

ଅଧିକ ସୁଦୃଢ ହେବ ଶ୍ରୀମନ୍ଦିରର ନୀଳଚକ୍ର

74

କନକ ବ୍ୟୁରୋ : ଅଧିକ ସୁଦୃଢ ହେବ ଶ୍ରୀମନ୍ଦିରର ନୀଳଚକ୍ର । ନୀଳଚକ୍ରର କେମିକାଲ ଆନାଲିସିସ ପରେ ଏଦିଗରେ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ସୁରକ୍ଷା ନେଇ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୂର୍ତସଚିବ କିଷନ କୁମାର ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା ପଡୁଥିବା ବେଳେ ୧୨ ତାରିଖରେ ରହିଛି ବାହୁଡା ଯାତ୍ରା ।

ଏହାକୁ ଆଖି ଆଗରେ ରଖି ଏଏସଆଇ ଜୁଲାଇ ୫ ଓ ୬ ତାରିଖରେ ଶ୍ରୀମନ୍ଦିର ଭିତରେ ଅନୁଧ୍ୟାନ କରିବା ସହ ଏହାର ମରାମତି କାମ କରିବେ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ସେହିପରି ଶ୍ରୀମନ୍ଦିର ଗର୍ଭଗୃହ, ନାଟମଣ୍ଡପର ଆବଶ୍ୟକୀୟ ମରାମତି ସମେତ ଅନ୍ୟାନ୍ୟ ଜରୁରୀ କାମ ଜୁଲାଇ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ଶେଷ କରାଯିବ ବୋଲି କହିଛନ୍ତି ଏଏସଆଇର ସୁପରିଟେଣ୍ଡେଂଟ ଅରୁଣ ମଲ୍ଲିକ ।