ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା ! ଚତୁର୍ଦ୍ଧାମୂରତୀଙ୍କ ହେଲା ମହାସ୍ନାନ

ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି

293

କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରକାଠରେ ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ଏଥିପାଇଁ ପ୍ରାୟ ଅଧଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ଗାରଦ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗୁରୁବାର ସଂଧ୍ୟାରେ ଭିତରକାଠରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। କେଉଁଠୁ ରକ୍ତ ଛିଟା ଆସିଲା ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଭକ୍ତଙ୍କ ଗୋଡ଼ ଖଣ୍ଡିଆ ହୋଇ ରକ୍ତ ପଡ଼ିଥିବା ଅନୁମାନ କରାଯାଉଛି।

 

ଫଳରେ ସଂଧ୍ୟା ପ୍ରାୟ ୫ଟା ୩୫ରୁ ସଂଧ୍ୟା ୫ଟା ୪୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ମହାସ୍ନାନ ହୋଇଥିଲା। ଗର୍ଭଗୃହ ଓ ଭିତରକାଠକୁ ପାଣି ପକାଇ ଶୋଧ କରାଯାଇଥିଲା। ମହାସ୍ନାନ ପରେ ଦର୍ଶନ ବ୍ୟବସ୍ଥା ସ୍ବାଭାବିକ ହୋଇଥିଲା। ତେବେ ପୂର୍ବରୁ ମଧ୍ୟ ଅନେକ ଥର ଏପରି ଭାବରେ ଘଟଣା ଦେଖିବାକୁ ମିଳିଛି ।