ଧାଡି ଦର୍ଶନକୁ ବିରୋଧ । ଜଗନ୍ନାଥ ସେନାର ପୁରୀ ବନ୍ଦ ଡାକରାକୁ ବିଭିନ୍ନ ଦଳ ଓ ଅନୁଷ୍ଠାନର ସମର୍ଥନ । ଦୋକାନ ବଜାର ବନ୍ଦ । ଧାଡି ଦର୍ଶନ ବ୍ୟାରିକେଡ ଭାଙ୍ଗିଲେ ଭକ୍ତ

41

କନକ ବ୍ୟୁରୋ: ଶ୍ରୀମନ୍ଦିର ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ତେଜିବାରେ ଲାଗିଛି ତୀବ୍ର ଅସନ୍ତୋଷ । ଧାଡି ଦର୍ଶନକୁ ପ୍ରବଳ ବିରୋଧ ଦେଖିବାକୁ ମିଳିଛି । ଧାଡି ଦର୍ଶନ ବେଳେ ଆଜି ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆନ୍ଦୋଳନକାରୀ ମାନେ ଶ୍ରୀମନ୍ଦିର ଭିତରେ ଧସେଇ ପଶିଛନ୍ତି । ଚାରି ଦ୍ୱାରରେ ଧସେଇ ପଶିଛନ୍ତି ଆନ୍ଦୋଳନକାରୀ । ଏହା ସହ ଧାଡି ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବାଇଶି ପାହାଚରେ ଥିବା ବ୍ୟାରିକେଡ୍କୁ ମଧ୍ୟ ଭାଙ୍ଗିଛନ୍ତି ଆନ୍ଦୋଳନକାରୀ ।

ଧାଡି ଦର୍ଶନକୁ ବିରୋଧ କରିବା ସହ ସାମ୍ବାଦିକଙ୍କୁ ମାଡ, ବ୍ରହ୍ମ ବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ଇତ୍ୟାଦିକୁ ପ୍ରସଙ୍ଗକୁ ନେଇ ଆଜି ପୁରୀରେ ବିଶାଳ ରାଲି ବାହାର କରିଛି ଶ୍ରୀଜଗନ୍ନାଥ ସେନା । ଆଉ ଏହାକୁ ସମର୍ଥନ କରିଛନ୍ତି ବିଭିନ୍ନ ସଂଗଠନ । ଏହା ସହ ଦୋକାନ ବଜାର ବନ୍ଦ କରିବାକୁ ଶ୍ରୀଜଗନ୍ନାଥ ସେନା ଜନତାଙ୍କୁ ନିବେଦନ କରିଛି ।

ଧାଡି ଦର୍ଶନ ବ୍ୟବସ୍ଥା ଲାଗୁ ହେବାର ଦ୍ୱିତୀୟ ଦିନରେ ମଧ୍ୟ ଶ୍ରଦ୍ଧାଳୁ ଓ ସେବାୟତ ବିରୋଧ କରିଥିଲେ । ଧାଡି ଦର୍ଶନ ବ୍ୟବସ୍ଥା ଲାଗୁର ପ୍ରଥମ ଦିନ ଅର୍ଥାତ୍ ସୋମବାର ଭଳି ମଙ୍ଗଳବାର ମଧ୍ୟ ମଙ୍ଗଳ ଆଳତୀ ଦେଖିବାକୁ ଭକ୍ତମାନେ ସିଂହଦ୍ୱାର ଦେଇ ଧସେଇ ପଶିଥିଲେ । ଫଳରେ ପୁଣି ଥରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।