କଳିଙ୍ଗ ଷ୍ଟାଡିୟମ ଟ୍ରାକରେ ଦୌଡ଼ିଲା ଏସିଆ : ୧୦୦ ମିଟର ଦୌଡ଼ରୁ ଓହରିଲେ ଶ୍ରାବଣୀ ନନ୍ଦ

82

କନକ ବ୍ୟୁରୋ : ଏସିଆନ ଆଥଲେଟିକ ମିଟରେ କଳିଙ୍ଗ ଷ୍ଟାଡିୟମରେ ପଦକ ପାଇଁ ଲଢେଇ । ଟ୍ରାକରେ ପ୍ରତିଯୋଗୀଙ୍କ ମଧରେ କଡ଼ା ଟକ୍କର । ବିଭିନ୍ନ ଇଂଭେଟରେ ପ୍ରତିଯୋଗିତା ହେବାକୁ ଥିବା ବେଳେ ଆଜିର ଟକ୍କର ଡେକାଥଲନ ପୁରୁଷ ଶହେ ମିଟର ଦୌଡ଼ରୁ ଦୌଡ଼ରୁ ଆରମ୍ଭ ହୋଇଛି । ଏହାପରେ ମହିଳା ୧୫ଶହ ମିଟର ଓ ପୁରୁଷ ୧୫ଶହ ଦୌଡ଼ ପ୍ରତିଯୋଗୀତା କରାଯାଇଛି ।

ଆଜି ମୋଟ୍ ୮ଟି ଇଂଭେଟରେ ପ୍ରତିଯୋଗିତା ହେବ । ଲଙ୍ଗ ଜମ୍ପ, ହାଇ ଜମ୍ପ ଓ ସଟ ଫୁଟ୍ ଥ୍ରୋ ଇଂଭେଟ କରାଯାଇଛି । ସନ୍ଧ୍ୟାରେ ପଦକ ପ୍ରଦାନ ସହ ଆଉ କିଛି ଇଭେଂଟରେ ପ୍ରତିଯୋଗିତା ହେବ । ସେପଟେ ୧୦୦ ମିଟର ଦୌଡ଼ରୁ ଓହରିଛନ୍ତି ଶ୍ରାବଣୀ ନନ୍ଦ ।