ଅଲିମ୍ପିକ୍ସରେ କନ୍ଧମାଳ କୁଇନ୍ : ରିଓ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଦ୍ୱିତିଙ୍କ ପରେ ଆଉ ଏକ ସଫଳତାର ସିଡି ଚଢିଛନ୍ତି ଶ୍ରାବଣୀ ନନ୍ଦ

22

ଫୁଲବାଣୀ : ବିଶ୍ୱ ସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଏବେ ମୁଣ୍ଡ ଟେକୁଛି ଓଡିଶା । କାଜାକସ୍ତାନରେ ଅନୁଷ୍ଠିତ ରିଓ ଅଲିମ୍ପିକ୍ ଯୋଗ୍ୟତା ପ୍ରତିଯୋଗିତାରେ ଦ୍ୱିତିଙ୍କ ପରେ ଆଉ ଏକ ସଫଳତାର ସିଡି ଚଢିଛନ୍ତି ଶ୍ରାବଣୀ ନନ୍ଦ । ଓଡିଶାର କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରର ଏହି ୨୪ ବର୍ଷୀୟ ଶ୍ରାବଣୀ ୨୦୦ ମିଟର ଦୈାଡରେ ସମସ୍ତଙ୍କୁ ପଛରେ ପକାଇ ,ବାଜି ମାରିଛନ୍ତି ରିଓ ଅଲିମ୍ପିକ୍ସର ଟିକେଟ । ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡିଶା ପାଇଁ ସ୍ଥାପନ ହୋଇଛି ନୂଆ କୀର୍ତ୍ତିମାନ ।

ଅଲିମ୍ପିକ୍ସରେ ଯୋଗ୍ୟତା ହାସଲ ପାଇଁ ଆୟୋଜକଙ୍କ ପକ୍ଷରୁ ରଖାଯାଇଥିଲା ୨୩ ଦଶମିକ ୨୦ ସେକେଣ୍ଡର ଧାର୍ଯ୍ୟ ସମୟ । କିନ୍ତୁ ଶ୍ରାବଣୀ ଯେତେବେଳେ ଟ୍ରାକରେ ଦୈାଡ ଆରମ୍ଭ କରିଥିଲେ ସେତେବେଳେ ହିଁ ଜଣାପଡିଯାଇଥିଲା ଶ୍ରାବଣୀ ଧାର୍ଯ୍ୟ ସମୟ ପୂର୍ବରୁ ଏହି ଦୂରତା ଅତିକ୍ରମ କରିଯିବେ । ଆଉ ସତରେ ବି ସେଇୟା ହେଲା । ମାତ୍ର ୨୩ ଦଶମିକ ୦୨ ସେକେଣ୍ଡରେ ସମସ୍ତଙ୍କୁ ଚକିତ କରି ଶ୍ରାବଣୀ ଅତିକ୍ରମ କେଲେ ୨୦୦ମିଟର ।

ଏପଟେ କନ୍ଧମାଳର ଫୁଲବାଣୀସ୍ଥିତ ଘରେ ଆନନ୍ଦର ପରିବେଶ । ଆଶା କରୁଥିଲେ ଶ୍ରାବଣୀ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଯିବେ । କିନ୍ତୁ ଧାର୍ଯ୍ୟ ସମୟରୁ ଏତେ କମ୍ ସମୟ ମଧ୍ୟରେ ଶ୍ରାବଣୀ ଅତିକ୍ରମ କରିଯିବେ ଏହା କେବେ ସେମାନେ ଭାବି ପାରିନଥିଲେ । ଦ୍ୱିତିଙ୍କ ପରେ ଶ୍ରାବଣୀଙ୍କ ରିଓ ଅଲିମ୍ପିକ୍ସ ଟିକେଟ ସାରା ଭାରତ ବର୍ଷ ପାଇଁ ଗୈାରବର ବିଷୟ । ଆଉ ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡିଶାକୁ ଏହା ତାଙ୍କର ସବୁଠାରୁ ବଡ ଅବଦାନ