ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ : ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ଶ୍ରାବଣୀ ନନ୍ଦ

84

କନକ ବ୍ୟୁରୋ : ପୁଣି ଇତିହାସ ରଚିଲେ ଆଉ ଜଣେ ଓଡିଆ ଝିଅ । ଦୂତିଙ୍କ ପରେ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ କରିଛନ୍ତି ଶ୍ରାବଣୀ ନନ୍ଦ । କାଜକାସ୍ତାନ ପ୍ରତିଯୋଗୀତାରେ ଶ୍ରାବଣୀ ନନ୍ଦଙ୍କୁ ସଫଳତା ମିଳିଛି । ୨୩.୦୭ ସେକେଣ୍ଡରେ ୨୦୦ ମିଟର ଦୌଡି କ୍ୱାଲି ଫାଏ ହୋଇଛନ୍ତି ଶ୍ରାବଣୀ । କାଜାକସ୍ତାନ ପ୍ରତିଯୋଗିିତାରେ ଏହି ସଫଳତା ପାଇଛନ୍ତି ଶ୍ରାବଣୀ । ଗତକାଲି ଦୂତି ଅଲମ୍ପିକ ପାଇଁ କ୍ୱାଲିଫାଏ କରିଛନ୍ତି । ଚଳିତଥର ଦୁଇ ଓଡିଆ ଝିଅ ଅଲମ୍ପିକ ପାଇଁ କ୍ୱାଲିଫାଏ କରିଛନ୍ତି ।

ତେବେ ଶ୍ରାବଣୀଙ୍କ ଏହି ଉପଲବ୍ଧୀରେ ଏବେ ପୁରା କନ୍ଧମାଳରେ ଖୁସିର ଲହରି ଖେଳିଯାଇଛି । ବିଶେଷ କରି ଶ୍ରାବଣୀଙ୍କ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଶ୍ରାବଣୀଙ୍କ ଏହି ସଫଳତା ପାଇଁ ପରିବାର ଲୋକେ ଶ୍ରାବଣୀଙ୍କ ଜେଜେ ମାକୁ ସମସ୍ତ ଶ୍ରେୟ ଦେଇଛନ୍ତି ।

ସେପଟେ କ୍ରୀଡାମନ୍ତ୍ରୀ ସୁଦାମ ମାରାଣ୍ଡି ଅଲମ୍ପିକ ଯୋଗ୍ୟତା ଅର୍ଜନ କରିଥିବା ଶ୍ରାବଣୀ ନନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ଏକ ଗୌରବର ବିଷୟ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ଆଗାମୀ ଅଲମ୍ପିକରେ ଦୁଇ ଓଡିଆ ଝିଅ ଅଲିମ୍ପିକ୍ସ ଜିତନ୍ତୁ ବୋଲି ସେ କହିଛନ୍ତି ।