ପଛରେ ପଡିଲେ ଓଡିଆ ଆଥଲେଟ୍ ! ୨ଶହ ମିଟର ଦୌଡ଼ରେ ନିରାଶ କଲେ ଶ୍ରାବଣୀ ଏବଂ ଦୂତୀ

36

କନକ ବ୍ୟୁରୋ : ନିରାଶ କଲେ ଓଡିଆ ଧାବକ । ଆଜି ୨୦୦ ମିଟର ଦୌଡର ପୁରୁଷ ଓ ମହିଳା ବର୍ଗର ଫାଇନାଲରେ ତିନିଜଣ ଓଡିଆ ଖେଳାଳି ଥିବା ବେଳେ କେହି ମଧ୍ୟ ପଦକ ପାଇ ପାରିନାହାନ୍ତି । ୨୦୦ ମିଟର ମହିଳା ବିଭାଗ ଦୌଡରେ ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ଚତୁର୍ଥ ଓ ପଂଚମ ସ୍ଥାନରେ ରହି ରେସ୍ ଶେଷ କରିଛନ୍ତି । ଏହି ବିଭାଗରେ କାଜାକସ୍ତାନ୍ ସ୍ୱର୍ଣ୍ଣ ଓ ବ୍ରୋଂଜ ପାଇଥିବା ବେଳେ ଶ୍ରୀଲଙ୍କାର ପ୍ରତିଯୋଗୀ ରୌପ୍ୟ ପାଇଛନ୍ତି ।

ସେପଟେ ଚଳିତ ସିଜିନରେ ନିରାଶାଜନକ ଖେଳ ପ୍ରଦର୍ଶନ କରିଥିବା ଓଡିଆ ଧାବକ ଅମିୟ ମଲ୍ଲିକ ପୁଣି ସମର୍ଥକଙ୍କୁ ନିରାଶ କରିଛନ୍ତି । ୨୦୦ ମିଟର ପୁରୁଷ ଫାଇନାଲ ଦୌଡରେ ସପ୍ତମ ସ୍ଥାନରେ ରହିଛନ୍ତି ଅମିୟ । ଓଡିଆ ଆଥଲେଟଙ୍କ ନିରାଶା ମଧ୍ୟରେ ୮୦୦ ମିଟର ମହିଳା ଦୌଡରେ ଭାରତୀୟ ଧାବିକା ଅର୍ଚ୍ଚନା ଆଦବ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ୮୦୦ ମିଟର ଦୌଡରେ ଜିନସନ ଜନସନ୍ ବ୍ରୋଂଜ ପାଇଛନ୍ତି । ଆଜି ଏସିଆର ଏହି କ୍ରୀଡା ମହାକୁମ୍ଭର ଉଦଯାପନୀ ଉତ୍ସବ । ଏସିଆନ ଆଥେଲେଟିକ ମିଟର ପରବର୍ତ୍ତୀ ସଂସ୍କରଣ କତାରରେ ଅନୁଷ୍ଠିତ ହେବ ।