ପୃଥିବୀର ନିକଟର ହେବ ଚନ୍ଦ୍ର । ଆଜି ରାତିରେ ଦେଖାଯିବ ସୁପର ସ୍ନୋ ମୁନ !

ପୃଥିବୀର ନିକଟର ହେବ ଚନ୍ଦ୍ର

392
କନକ ବ୍ୟୁରୋ : ମଙ୍ଗଳବାର ରାତିରେ ଉଇଁବ ବଡ଼ ଓ ଉଜ୍ଜ୍ୱଳ ଦିଶୁଥିବା ‘ସୁପର୍ ସ୍ନୋ ମୁନ୍’ ଯାହା ଆସନ୍ତା ସାତ ବର୍ଷ ମଧ୍ୟରେ ଉଇଁବ ନାହିଁ। ଜ୍ୟୋର୍ତିବିଜ୍ଞାନ ଅନୁସାରେ, ମଙ୍ଗଳବାର ଦିନ ଜହ୍ନ ପୃଥିବୀର ଅତି ନିକଟତର ହେବ। ତା’ପରେ ପୁଣି ଯାଇ ଡିସେମ୍ବର ୨୦୨୬ ପୂର୍ଣ୍ଣମୀରେ ଜହ୍ନ ପୃଥିବୀର ନିକଟତର ହେବ। ସବୁଠୁ ଛୋଟ ସେପ୍ଟେମ୍ବର ମାସ ପୂର୍ଣ୍ଣମୀ ଜହ୍ନ ଠାରୁ ଆଜି ରାତିର ଜହ୍ନ ଗୋଲେଇରେ ୧୪% ବଡ଼ ଓ ୩୦% ତୋଫା ଦିଶିବ। ଫେବ୍ରୁଆରି ମାସରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକରେ ପ୍ରବଳ ତୁଷାରପାତ ହେଉଥିବା ଦୃଷ୍ଟିରୁ କେତେକ ସମ୍ପ୍ରଦାୟ ସଂସ୍କୃତିରେ ସେ ପୂର୍ଣ୍ଣମୀ ଜହ୍ନକୁ ‘ତୁଷାର ଜହ୍ନ’ ବା ‘ସ୍ନୋ ମୁନ୍’ କୁହାଯାଏ।
ମଙ୍ଗଳବାର ରାତି ଚନ୍ଦ୍ର ତା’ କକ୍ଷ ପଥର ପେରିଗି ବା ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବ। ଏବେ ଭାରତ ଆକାଶରେ ବଉଦ ନ ଥିବାରୁ ଲୋକେ ସୁପର୍ ସ୍ନୋ ମୁନ୍ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ। ସନ୍ଧ୍ୟା ୬ଟାରେ ଦିଲ୍ଲୀ, ୬:୩୦ରେ ମୁମ୍ବାଇ ଏବଂ  ୫: ୩୦ କଲିକତାରେ ସୂର୍ଯ୍ୟ ଅସ୍ତ ଅସ୍ତ ହେବାର ଅଧଘଣ୍ଟାଏ ଆଗରୁ ଜହ୍ନ ଉଇଁବ।