ବାଲେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ

55

ବାଲେଶ୍ୱର : ବାଲେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କୁ କଳା ପତାକା ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ । ଏନେଇ ୩୦ରୁ ଅଧିକ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୁଲିସ । ବରଗଡରେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଙ୍ଗା ଘଟଣା ପରେ ବିଜେପି ଏହାର ପ୍ରତିଶୋଧ ପାଇଁ ମନ୍ତ୍ରୀମାନଙ୍କୁ କଳା ପତାକା ପ୍ରଦର୍ଶନ କରିଆସୁଛି । ମନ୍ତ୍ରୀ ଆଜି ବାଲେଶ୍ୱରରେ ବ୍ୟାପିଥିବା ଝାଡାବାନ୍ତିର ସ୍ଥିତି ସମୀକ୍ଷା ପାଇଁ ମୁଖ୍ୟ ଚିକିତ୍ସାଳାୟ ଗସ୍ତ କରିଛନ୍ତି । ଏହି ଅବସରରେ ଏକ ସମୀକ୍ଷା ବୈଠକ ମଧ୍ୟ ହୋଇଛି । ଯେଉଁଥିରେ ସିଡିଏମ୍ଓ, ସାସଂଦ ଓ ବିଧାୟକ ମଧ୍ୟ ସାମିଲ ହୋଇଥିଲେ ।