ବିଭୂତିଙ୍କ ବଦାନ୍ୟତା ! ସାହାଯ୍ୟ ଯାହାର ମୂଳମନ୍ତ୍ର, ପଢ଼ନ୍ତୁ ଏକ ପ୍ରେରଣାଦାୟୀ କାହାଣୀ

19

ପ୍ରବଳ ଇଚ୍ଛା ଶକ୍ତି ଆଗରେ ହାର ମାନେ ସବୁ ବାଧାବିଘ୍ନ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅଟୋ ଚାଳକ ବିଭୂତି ରାୟ । ୩୮ ବର୍ଷୀୟ ବିଭୂତିଙ୍କ ଘର କଟକ । ବିନା ଟଙ୍କାରେ ମଧ୍ୟ ଲୋକଙ୍କୁ କିପରି ସାହାଯ୍ୟ କରିହେବ ସେକଥା ସେ ପ୍ରମାଣ କରି ଦେଖାଇଛନ୍ତି । ସେ ଲୋକଙ୍କ ସେବା ପାଇଁ ଏକ ସାବିତ୍ରୀ ଜନସଭା ସଂସ୍ଥା ଗଢ଼ିଛନ୍ତି । ଏହି ସଂସ୍ଥା ତଥା ବିଭୂତିଙ୍କର ମୂଳ ଲକ୍ଷ୍ୟ ଅସହାୟଙ୍କୁ ସାହାଯ୍ୟ କରିବା ।

ସେ ଏହି ସେବାକୁ ଚାଲୁ କରିବା ପାଇଁ ଅଟୋ ଚଳାଇବା ଆରମ୍ଭ କରିଥିଲେ । ତାଙ୍କର ଦୁଇଟି ଝିଅ, ଏହା ସହ ସେ ଗୋଟିଏ ଝିଅକୁ ପୋଷ୍ୟ ରୂପେ ମଧ ଗ୍ରହଣ କରିଛନ୍ତି । ପ୍ରତିବର୍ଷ ସାବିତ୍ରୀ ଜନସଭା ପକ୍ଷରୁ ଖରାଦିନେ ଲୋକଙ୍କ ପାଇଁ ଜଳଛତ୍ର ଖୋଲାଯାଏ । ସେ ଓଡ଼ିଶା ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବାର କଣ୍ଟ୍ରୋଲ ରୁମ ଦାୟିତ୍ୱରେ ସେ ଅଛନ୍ତି ।

ବିଭୂତି ତାଙ୍କ ଅଟୋକୁ ସବୁବେଳେ ଏକ ଆମ୍ବୁଲାନ୍ସ ପରି ବ୍ୟବହାର କରୁଛନ୍ତି । ବିଭୂତି କେବଳ ଯେ ଅସହାୟଙ୍କୁ ସାହାଯ୍ୟ କରୁଛନ୍ତି ତା’ ନୁହଁ ମାଗଣାରେ ମଧ୍ୟ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି । ଏଥିପାଇଁଁ ଅନେକ ଥର ତାଙ୍କୁ ନିଜ ପକେଟରୁ ମଧ୍ୟ ଟଙ୍କା ଖର୍ଚ୍ଚ କରିିବା ପାଇଁ ପଡ଼େ । କୌଣସି ଅସହାୟ ବ୍ୟକ୍ତିଙ୍କ ସାହାଯ୍ୟ ପାଇଁ ସେ ସବୁବେଳେ ତାଙ୍କ ଅଟୋକୁ ନେଇ ପ୍ରସ୍ତୁତ ଥାଆନ୍ତି ।

ମାନବ ସମାଜ ପ୍ରତି ରହିଛି ତାଙ୍କର ଅଦ୍ଭୁତ ଯୋଗଦାନ, ଯାହା ପାଇଁ ମାନବ ଜାତି ତାଙ୍କ ଉପରେ ଋଣୀ ରହିବ । ଯଦି ଆମ ସମାଜରେ ବିଭୂତିଙ୍କ ପରି କିଛି ଲୋକ ଅଧିକ ହୋଇଯିବେ, ତେବେ ସମାଜରେ ମାନବିକତା ନିଶ୍ଚୟ ବଜାୟ ରହିବ ।