କାର୍ଯ୍ୟରେ ଅବହେଳା ପାଇଁ କଡା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାପାଳଙ୍କ ଗସ୍ତବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ନଥିବାରୁ ବରି ସିଡିପିଓଙ୍କୁ ନୋଟିସ୍ ।

497

କନକ ବ୍ୟୁରୋ : କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ । କରୋନା କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ନେଇଛି ଯାଜପୁର ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ବରି ଗସ୍ତ ସମୟରେ ବରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ନଥିଲେ କେନ୍ଦ୍ରର ଚିକିତ୍ସା ଅଧିକାରୀ । ତେଣୁ ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଜିଲ୍ଲା ପ୍ରଶାସନ ।

ଏହାସହ ଧର୍ମଶାଳା ସିଡିପିଓଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଜିଲ୍ଲାକାରୀ ଅଧିକାରୀଙ୍କ ଧର୍ମଶାଳା ଗସ୍ତ ସମୟରେ ସିଡିପିଓ ଉପସ୍ଥିତ ନଥିଲେ । ତେଣୁ ସେ କାହିଁକି ଅନୁପସ୍ଥିତ ଥିଲେ ସେଥିପାଇଁ ତାଙ୍କୁ ନୋଟିସ କରାଯାଇଛି । ସେହିଭଳି କାର୍ଯ୍ୟରେ ଅବହେଳା ପାଇଁ ଦାନଗଦି ଏବିଡିଓଙ୍କୁ ନୋଟିସ ଜାରି କରାଯାଇଛି ।