ପୁଣି ହବିଷ୍ୟାଳି ଅସ୍ଥାୟୀ ରହଣୀସ୍ଥଳରେ ଲାଗିଲା ନିଆଁ : ଫ୍ୟାନରୁ ସଟ୍ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୂଚନା

37

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁଣି ଶ୍ରୀକ୍ଷେତ୍ର ହବିଷ୍ୟାଳିଙ୍କ ରହଣୀସ୍ଥଳରେ ଲାଗିଲା ନିଆଁ । ସରକାରଙ୍କ ପକ୍ଷରୁ ବଗଲା ଧର୍ମଶାଳାରେ କରାଯାଇଥିବା ଅସ୍ଥାୟୀ ରହଣୀସ୍ଥଳରେ ସଟ୍ ସର୍କିଟ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ପୁଣି ଥରେ ଅଗ୍ନିକାଣ୍ଡ ଘଟିଛି । ଫ୍ୟାନରୁ ସ୍ପାର୍କିଂ ହୋଇ ନିଆଁ ଲାଗିବା ପରେ ହବିଷ୍ୟାଳିମାନେ ହୋହଲ୍ଲା କରି ବାହାରକୁ ବାହାରି ଆସିଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛି ।

ବାରମ୍ବାର ଅସ୍ଥାୟୀ ହବିଷ୍ୟାଳି ରହଣୀ କେନ୍ଦ୍ରରେ ନିଆଁ ଲାଗିବାରୁ ହବିଷ୍ୟାଳିଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିବା ପରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଉପଜିଲ୍ଲାପାଳ, ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ସମେତ ବହୁ ପଦାଧିକାରୀ ପହଂଚି ସ୍ଥିତି ଯାଂଚ କରିଛନ୍ତି । ଅସ୍ଥାୟୀ ରହଣୀ କେନ୍ଦ୍ରରେ ବାରମ୍ବାର ଏଭଳି ଅଘଟଣ ହେବାରୁ ଏଠାରେ ରହୁଥିବା ସମସ୍ତ ହବିଷ୍ୟାଳିଙ୍କୁ ବଗଲା ଧର୍ମଶାଳାକୁ ସ୍ଥାନାନ୍ତର କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।