୪ ବର୍ଷର ଛୁଆ, ଗୀତା ଗାଉଛି ଅନର୍ଗଳ…ମୁହଁରେ ମୁହଁରେ କହୁଛି ଦେବାଦେବୀଙ୍କ ଶ୍ଲୋକ…ଜଗତସିଂହପୁର ରଘୁନାଥପୁର ଗାଁର ଅର୍ଣ୍ଣଭଙ୍କୁ ନେଇ ଚର୍ଚ୍ଚା

849

କନକ ବ୍ୟୁରୋ: ୪ ବର୍ଷର ଛୁଆ ଅନର୍ଗଳ ଗାଉଛି ଗୀତା । ମାଇକ୍ରୋ ଫୋନ ହାତରେ ଧରି ଗୀତା ଓ ବିଭିନ୍ନ ଦେବାଦେବୀଙ୍କ ଶ୍ଲୋକ ଅତି ସୁନ୍ଦର ଓ ସ୍ପଷ୍ଟ ଭାବେ ଗାଇ ସମସ୍ତଙ୍କୁ ଚକିତ କରିଛନ୍ତି ଜଗତସିଂହପୁର ରଘୁନାଥପୁରର ଅଭିଷେକ ମିଶ୍ରଙ୍କ ପୁଅ ଅର୍ଣ୍ଣଭ ମିଶ୍ର । ଅର୍ଣ୍ଣଭ ଏହି ବୟସରେ ଗୀତାର ଶ୍ଳୋକକୁ ଅତି ପ୍ରାଞ୍ଜଳ ଭାବରେ ଆବୃତ୍ତି କରି ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ନିତ କରି ପାରିଛନ୍ତି । ଏହି ଗୀତାର ବିଭିନ୍ନ ଅଧ୍ୟାୟକୁ ଅତି ସୁନ୍ଦର ଭାଷାରେ ବୋଲି ପାରୁଛନ୍ତି । ଏହାକୁ ନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ବୟସ କଥା କହିବା ଶିଖିବାର । କିନ୍ତୁ ଅନର୍ଗଳ ଶ୍ଲୋକ ଗାଉଛି କୁନି ପୁଅ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଗାଁର ଅଭିଶେକ ମିଶ୍ରଙ୍କ ପୁଅ ଅର୍ଣ୍ଣଭ ମିଶ୍ର । କମ୍ ବୟସରେ କୁନି ପୁଅ,  ଗୀତାର ଶ୍ଳୋକକୁ ଅତି ପ୍ରଞ୍ଜଳ ଓ ସ୍ପଷ୍ଟ ଭାବେ ପାଠ କରି ସମସ୍ତଙ୍କୁ ଚକିତ କରିଛି । ପିଲା ଦିନରୁ ଆଇମାଆ ତିଳୋତମା ଆଚାର୍ଯ୍ୟଙ୍କ ପାଖରେ ବସି ପ୍ରାର୍ଥନା କରିବା ବେଳେ ହିଁ ଗୀତା ପାଠ ଶିଖିଛନ୍ତି ଅର୍ଣ୍ଣଭ ।

ଅର୍ଣ୍ଣଭ ଅଢେଇ ବର୍ଷ ବୟସରୁ ଗୀତା ପାଠ କରିବା ସହ ବିଭିନ୍ନ ଦେବାଦେବୀଙ୍କ ସ୍ତୁତିକୁ ମନେରଖି ଗାଇ ପାରୁଛନ୍ତି । ସେ ସରସ୍ୱତୀ ବନ୍ଦନା, ଗଣେଷ ବନ୍ଦନା ଓ ଜଗନ୍ନାଥଙ୍କ ଶ୍ଲୋକକୁ ଆବୃତି କରୁଛନ୍ତି । ଯାହାକୁ ଶୁଣି ସାଧାରଣ ଲୋକେ ଚକିତ ହେବା ସହ ପ୍ରଶଂସା ନକରି ରହିପାରୁ ନାହାନ୍ତି । ପୁଅର ପ୍ରତିଭା ପାଇଁ ବାପା –ମାଆ ଯେତିକି ଖୁସି, ତାଠାରୁ ଅଧିକ ଖୁସି ଅର୍ଣ୍ଣଭ ପଢୁଥିବା ବିଦ୍ୟାଳୟର ଶିକ୍ଷୟିତ୍ରୀ ।