ବାହୁବଲୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଉପରକୁ ଜୋତା ଫୋପାଡ଼ିଲେ ମୁଶିରାବାଦର ଜଣେ ବ୍ୟକ୍ତି ! ଅଭିଯୁକ୍ତକୁ ଗିରଫ କଲା ପୋଲିସ୍

99

ବଲିଉଡ ଏବଂ ଦକ୍ଷୀଣ ଭାରତୀୟ ସିନେମାରେ କାମ କରିଥିବା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି । ହାଇହ୍ରାବାଦର ହିମାୟତ ନଗରରେ ତମନ୍ନା ରବିବାରକୁ ଏକ ଜୁଏଲରୀ ଷ୍ଟୋର ଉଦଘାଟନ କରିବା ପାଇଁ ପହଁଚିଥିଲେ । ସେଠାରେ ତାଙ୍କୁ ଏହି ଅସହଜ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ରିପୋର୍ଟ ଅନୁସାରେ ପୋଲିସ ସେହି ବ୍ୟକ୍ତିଙ୍କୁ କାବୁ କରିବାରେ ବିଳମ୍ବ କରିନଥିଲା । ପୋଲିସର କହିବା ଅନୁସାରେ ସେହି ଷ୍ଟୋରର ଜଣେ ୩୧ ବର୍ଷୀୟ କର୍ମଚାରୀ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ନାରାୟଣଗୁଡା ପୋଲିସ ଥାନାର ଇନସ୍ପେକ୍ଟର ବି.ରବିନ୍ଦର ମିଡିଆକୁ କହିଛନ୍ତି ଯେ ତମନ୍ନା ଯେତେବେଳେ ଷ୍ଟୋରରୁ ବାହାରକୁ ଆସୁଥିଲେ, ସେତେବେଳେ ମୁଶିରାବାଦର ବିଟେକ ଗ୍ରାଜୁଏଟ କରୀମୁଲ୍ଲା ତାଙ୍କ ଉପରକୁ ଜୋତା ଫେପାଡିଥିଲେ । କିନ୍ତୁ ଏହା ତମନ୍ନାଙ୍କୁ ନବାଜି ଷ୍ଟୋରର ଜଣେ କର୍ମଚାରୀଙ୍କୁ ବାଜିଥିଲା ।

tamanna-bhatia

 

ଇନସ୍ପେକ୍ଟରଙ୍କ କହିବା ଅନୁସାରେ ପଚରାଉଚରା ବେଳେ ଆରୋପୀ ଜଣଙ୍କ କହିଥଲେ ଯେ, ନିକଟ ଅତୀତରେ ସିନେମାରେ ତମନ୍ନାଙ୍କ ଚରିତ୍ର ତାଙ୍କୁ ନିରାଶ କରିଥିଲା । ଯାହା ଫଳରେ ସେ ତମନ୍ନାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଯେଉଁ କର୍ମଚାରୀଙ୍କୁ ଜୋତା ବାଜିଥିଲା, ସେ ଏହି ସମ୍ବନ୍ଧିତ ଧାରା ଅନୁସାରେ ମାମଲା ରୁଜୁ କରିଛନ୍ତି । ତମନ୍ନା ଭାଟିଆ ଭାରତୀୟ ସିନେମା ଇତିହାସର ସବୁଠାରୁ ହିଟ  ସିନେମା‘ବାହୁବଳୀର’ ଦୁଇଟି ଯାକ ଭାଗରେ ନଜର ଆସିଥିଲେ । ତମନ୍ନା ହିନ୍ଦୀ ସିନେମା ବ୍ୟତୀତ ତେଲଗୁ ଓ ତାମିଲ ସିନେମାରେ ମଧ୍ୟ କାମ କରୁଛନ୍ତି । ତମନ୍ନା ବର୍ତ୍ତମାନ ତାଙ୍କର ଆଗାମୀ ତେଲଗୁ ସିନେମା ‘ନା ନୁବେ’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ସିନେମାପାଇଁ ସେ ସ୍ୱତନ୍ତ୍ର ଟ୍ୟାଙ୍ଗୋ ଡ୍ୟାନ୍ସ ମଧ୍ୟ ଶିଖୁଛନ୍ତି । ଏହାର ସୂଚନା ତମନ୍ନା ଏକ ଇଣ୍ଟରଭ୍ୟୁରେ ଦେଇଥିଲେ । ସିନେମାରେ ତମନ୍ନା ମୀରା ନାମକ ଜଣେ ରେଡିଓ ଜକି ଭୂମିକାରେ ନଜର ଆସିବେ ।