ପରମ୍ପରା ନାଁରେ ବର୍ବରତା ! ସତୀତ୍ୱ ବଜାୟ ରଖିବା ପାଇଁ ଝିଅମାନଙ୍କ ଯୌନାଙ୍ଗକୁ ସିଲାଇ କରିଦିଆଯାଏ

47

ଦୁନିଆରେ ଏମିତି ଅନେକ ଲୋକ ବାସ କରନ୍ତି, ଯେଉଁମାନଙ୍କ ପରମ୍ପରା ଓ ସଭ୍ୟତା ଖୁବ ଭିନ୍ନ । ପରମ୍ପରାର ଦ୍ୱାହି ଦେଇ ଅନେକ ଜାଗାରେ ଝିଅମାନଙ୍କ ସହ ପଶୁତୂଲ୍ୟ ବ୍ୟବହାର କରାଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଦୁନିଆରେ ଏମିତି ପରମ୍ପରା ଅଛି ଯେଉଁଠି ଝିଅମାନଙ୍କୁ ବହୁତ ଅତ୍ୟାଚାର କରାଯାଏ । ଯାହା ଶୁଣିଲେ ଆପଣଙ୍କର ମଧ୍ୟ ଲୋମଟାଙ୍କୁରୀ ଯିବ । ଏପରି ଏକ ଖବର ପ୍ରକାଶ ପାଇଛି ଦୈନିକ ଭାସ୍କରରେ ।

ଇଷ୍ଟ ଆଫ୍ରିକାର ଅନେକ ଜନଜାତିରେ ଭୟଙ୍କର ଉପାୟରେ ଝିଅମାନଙ୍କର ଯୌନାଙ୍ଗକୁ ସିଲାଇ କରିଦିଆଯାଏ । ବିବାହ ପୂର୍ବରୁ ଝିଅମାନେ କିପରି ଅନ୍ୟ କାହା ସହ ଯୌନ ସମ୍ପର୍କ ରଖି ନପାରିବେ ସେଥିପାଇଁ ସେମାନଙ୍କ ସହ ଏପରି ବର୍ବରତା କରାଯାଏ । ଏହି ପ୍ରକିୟାରେ ବହୁତ ଝିଅ ସଂକ୍ରମଣରେ ଶିକାର ହୋଇଥାଆନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ଝିଅମାନଙ୍କୁ ପରମ୍ପରା ନାଁରେ ଏପରି ଘୃଣ୍ୟ ପରମ୍ପରାକୁ ମୁଣ୍ଡପାତି ସହିବାକୁ ପଡେ ।