ଅଧ୍ୟୟନରୁ ହେଲା ଖୁଲାସା : ଭୋଳାନାଥଙ୍କୁ ଲାଗି ହେଉଥିବା କ୍ଷୀରରେ ମିଶୁଛି ୟୁରିଆ ।

101

ବର୍ତ୍ତମାନ ଶ୍ରାବଣ ମାସର ପବିତ୍ର ଯାତ୍ରାରେ ହଜାର ହଜାର କାଉଡିଆଙ୍କ ଭିଡ ଶୈବପୀଠମାନଙ୍କରେ ଦେଖିବାକୁ ମିଳିଥାଏ । ଆସ୍ତା ଏବଂ ଭକ୍ତିର ପରମ୍ପରାକୁ କିଛି ଅସାମାଜିକ ବ୍ୟବସାୟୀ କଳୁଷିତ କରିବାକୁ ଆଗେଇ ଆସିଛନ୍ତି । ଏଭଳି କଥା ଆମେ କହୁନୁ ସାମାଜିକ ବୈଜ୍ଞାନିକ ସଂସ୍ଥା ସ୍ପେକ୍ସ ତରଫରୁ ଏଭଳି ଏକ ଚାଞ୍ଚଲ୍ୟକର ଖବର ସାମ୍ମାକୁ ଆସିଛି । ସ୍ପେକ୍ସ ରିପୋର୍ଟ ମୁତାବକ ଏହି ପବିତ୍ର ମାସରେ ବଡ ଧରଣର ଅପମିଶ୍ରିତ ସାମଗ୍ରୀ ବିକ୍ରି କରାଯାଉଛି । କ୍ଷୀରରେ ୟୁରିଆ ଭଳି ବିଷାକ୍ତ ପଦାର୍ଥର ଅପମିଶ୍ରଣ କରାଯାଉଛି । ଏହାଛଡା ସଂସ୍ଥା ତରଫରୁ ଚାରିଧାମ ଯାତ୍ରା ମାର୍ଗରେ ମଧ୍ୟ ୯୦ ପ୍ରତିଶତରୁ ଅଧିକ ଖାଦ୍ୟ ପଦାର୍ଥରେ ଅପମିଶ୍ରଣକୁ ନେଇ ଚର୍ଚ୍ଚା ହୋଇଛି ।

ପ୍ରେସ୍ ବାର୍ତ୍ତାର ଜଣେ ସଚିବ ଡ଼ା.ବ୍ରଜମୋହନ ଶର୍ମାଙ୍କ କହିବାନୁସାରେ କାଉଡିଆ ମେଳାରେ ଅଧିକାରୀଙ୍କୁ ଚଖମା ଦେଇ ବ୍ୟବସାୟୀ ମାନେ ବଡ ଧରଣର ଅପମିଶ୍ରଣ କରୁଛନ୍ତି । ତାଙ୍କ କହିବାନୁସାରେ ହରିଦ୍ୱାରର ବିଭିନ୍ନ ବଜାରରୁ ଏଭଳି ଅପମିଶ୍ରିତ ସାମଗ୍ରୀର ୧୦୦ ନମୂନା ଏକତ୍ର କରାଯାଇଛି,ଯେଉଁଥିରୁ ୮୭ ସାମଗ୍ରୀରୁ ଅପମିଶ୍ରଣ ଦେଖାଦେଇଥିଲା । ଯେଉଁଥିରେ କ୍ଷୀରର ୧୨ ନମୂନା ଭିତରୁ ୟୁରିଆ ଚିହ୍ନଟ କରାଯାଇଥିଲା ।

୮୩ ପ୍ରତିଶତ କ୍ଷୀର, ୭୩ ପ୍ରତିଶତ ମିଠେଇ, ୮୭ ପ୍ରତିଶତ ହଳଦୀ, ୮୮ ପ୍ରତିଶତ ଲଙ୍କା ଗୁଣ୍ଡ, ୯୧ ପ୍ରତିଶତ ଧନିଆ ଗୁଣ୍ଡ, ୬୭ ପ୍ରତିଶତ ଚା’ପତୀ, ୧୦୦ ପ୍ରତିଶତ ସୋରିଷ ତେଲ ଏବଂ ୭୨ ପ୍ରତିଶତ ରିଫାଇନ୍ ତେଲରୁ ଅପମିଶ୍ରଣର ଚିହ୍ନଟ କରାଯାଇଥିଲା । ତେବେ ଏହି ଅପମିଶ୍ରିତ ସାମଗ୍ରୀର ଜାଞ୍ଚ୍ ବିଜ୍ଞାନ ଏବଂ ପ୍ରଦ୍ୟୋଗ ସଂଚାର ପରିଷଦର ସହଯୋଗରେ ନିର୍ମିତ “ରସୋଇ କସୌଟି” ଲ୍ୟାବରେ କରାଯାଇଥିଲା ।

ତେବେ ଚା’ପତିରେ କ୍ରୋମିୟମ୍ ଡାଇ ବା ପୁରୁଣା ଚା,କଫିରେ ତେନ୍ତୁଳି ମଞ୍ଜି,ମହୁରେ କମ୍ କ୍ୱାଲିଟି ଚିନି,ଟମାଟୋ ଶସରେ କକ୍ଷାରୁ ଏବଂ ରଙ୍ଗର ମିଶ୍ରଣ,ଚିଲିଶସରେ ମେଲେଚାଇଟ୍ ଗ୍ରୀନ୍, ହଳଦୀରେ ମେଟେଲିନ୍ ହଳଦିଆ,ଲଙ୍କାଗୁଣ୍ଡରେ ଗେରୁ, ତୈଳଯୁକ୍ତ ଗୋଲମରିଚ, ଗରମ ମସଲାରେ ମାଟି, କ୍ଷୀରରେ ଜଡାତେଲ ଆଦି ଏବଂ କ୍ଷୀରରେ ମଧ୍ୟ ବେରିକ୍ ଏସିଡ୍, ବଟର୍ ଅଏଲ୍ ଆଦି ମିଶିଥିବା କଥା ସାମ୍ମାକୁ ଆସିଥିଲା ।