ଜଣେ ବିବାହିତା ମହିଳା ଓ ତାଙ୍କ ମାଆଙ୍କୁ ମାସେ ଧରି ଘରେ ପଣବନ୍ଦୀ ରଖିଥିଲା ଦୁର୍ବୃତ୍ତ । ପାରିବାରିକ କଳହର ଫାଇଦା ନେଇ ଦେଉଥିଲା ଶାରୀରିକ ନିର୍ଯ୍ୟାତନା, ମିଛରେ ସାମ୍ବାଦିକ ବୋଲି ନିଜର ଦେଉଥିଲେ ପରିଚୟ

1,749

କନକ ବ୍ୟୁରୋ : ଜଣେ ବିବାହିତା ମହିଳା ଓ ତାଙ୍କ ମାଆଙ୍କୁ ପ୍ରାୟ ମାସେ ଧରି ଘରେ ପଣବନ୍ଦୀ ରଖିବା ତଥା ନିର୍ଯ୍ୟାତନା ଦେବା ଘଟଣାରେ ଜଣେ ଲୋକଙ୍କୁ ଗିରଫ କରିଛି ଉଦିତ ନଗର ଥାନା ପୋଲିସ । ଗିରଫ ହୋଇଥିବା ବ୍ୟକ୍ତିର ନାମ ଅଶୋକ ମହାନ୍ତି । ମହିଳାଙ୍କ ଘରର ପାରିବାରିକ କଳିର ଫାଇଦା ନେଇ ସମାଧାନ କରିଦେବାକୁ କହି ପ୍ରାୟ ମାସେ ହେବ ମହିଳା ଓ ତାଙ୍କ ମାଆଙ୍କୁ ଘରେ ତାଲା ପକାଇ ରଖିଥିଲା । ଘରେ ରଖି ଶାରିରୀକ ନିର୍ଯ୍ୟାତନା ଦେବା ସହିତ ଆପତିଜନକ ଫଟୋ ଉଠାଇ ବ୍ଲାକ ମେଲ୍ କରିଚାଲିଥିଲା । ଏପଟେ ସ୍ତ୍ରୀଙ୍କୁ ନପାଇ ଭୁବନେଶ୍ୱର ଖାରବେଳ ନଗର ଥାନାରେ ଏତଲା କରିଥିଲେ ନିଖୋଜ ମହିଳାଙ୍କ ସ୍ୱାମୀ ଓ ମହିଳାଙ୍କ ବାପା ।

ତେବେ କୌଶଳ କ୍ରମେ ମହିଳା ଜଣକ ନିଜ ଭଉଣୀକୁ କୌଣସି ମତେ ଫୋନ୍ କରି ପଣବନ୍ଦୀ ଘଟଣା ନେଇ କହିବା ପରେ ଉଦିତନଗର ଥାନା ପୋଲିସ ପହଁଚି ଦୁଇ ଜଣ ମହିଳାଙ୍କୁ ଉଦ୍ଧାର କରିଛି । ଏହା ସହିତ ଘଟଣାରେ ଅଶୋକ ମହାନ୍ତି ନାମକ ବ୍ୟକ୍ତିକୁ ଗିରଫ କୋର୍ଟ ଚାଲାଣ କରିଛି । ନିଜକୁ ସାଂବାଦିକର ପରିଚୟ ଦେଇ ଅଶୋକ ମହାନ୍ତି ଏପରି ଠକିଥିବା ଅଭିଯୋଗ କରିଛନ୍ତି ଦୁଇ ମହିଳା । ତା ନାଁରେ ପୋଲିସ ଧାରା ୩୪୧, ୩୪୪, ୩୨୩, ୨୯୪ ଓ ୫୦୬ରେ ଦଫା ଲଗାଇଛନ୍ତି । ଜାମିନ୍ ନାମଞ୍ଜୁର ହେବାରୁ ଠକ ଅଶୋକ ମହାନ୍ତିକୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।