ହୋଟେଲ୍ ସମ୍ମୁଖରେ ପୂର୍ବତନ ସାଂସଦଙ୍କ ପୁଅର ତୁମୁଳକାଣ୍ଡ । ହାତରେ ବନ୍ଧୁକ ଧରି ଯୁବତୀଙ୍କୁ ଧମକାଇଲେ । ଭିଡ଼ିଓ ହେଲା ଭାଇରାଲ…

27

ହୋଟେଲ ସମ୍ମୁଖରେ ପୂର୍ବତନ ସାଂସଦଙ୍କ ପୁଅର ତୁମୁଳକାଣ୍ଡ । ହାତରେ ବନ୍ଧୁକ ଧରି ଯୁବତୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ବହୁଜନ ସମାଜ ପାର୍ଟିର ଜଣେ ପୂର୍ବତନ ସାଂସଦଙ୍କ ପୁଅଙ୍କ କରାନାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ସେ ଦିଲ୍ଲୀର ଏକ ଜଣାଶୁଣା ପଞ୍ଚତାରକା ହୋଟେଲ ସମ୍ମୁଖରେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ବଚସା କରୁଥିବା ଦେଖିବାକୁ ମିଳିଛି । ତେବେ ସେ ବିଏସପିର ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ଆଶିଷ ପାଣ୍ଡେ ବୋଲି ଜଣାପଡ଼ିଛି।


ତେବେ ପୂର୍ବତନ ସାଂସଦଙ୍କ ପୁଅର ସର୍ବସାଧାରଣ ସ୍ଥାନରେ ଏଭଳି ଘଟଣାକୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡ଼ିଓଟିରେ ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବାବେଳେ କେହି ଜଣେ ମୋବାଇଲରେ ଘଟଣାର ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରି ଦେଇଛନ୍ତି। ତେବେ ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ପୁଲିସ ପୂର୍ବତନ ସାଂସଦ ରାକେଶ ପାଣ୍ଡେଙ୍କ ପୁଅ ତଥା ଆଶିଷଙ୍କ ନାମରେ ଆର୍ମ ଆକ୍ଟର ମାମଲା ରୁଜୁ କରିଛନ୍ତି ।

ଭିଡ଼ିଓରେ ଆଶିଷ ଏକ ଗୋଲାପି ରଙ୍ଗର ପ୍ୟାଣ୍ଟ୍ ଓ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳୁଛନ୍ତି। ତାଙ୍କ ସହ ଜଣେ ଯୁବତୀ ଥିବା ମଧ୍ୟ ଦେଖିବାକୁ ମିଳିଛି। ହୋଟେଲ୍ ସାମ୍ନାରେ ସେ ହାତରେ ବନ୍ଧୁକ ଧରି ଜଣେ ମହିଳାଙ୍କ ସହ ବଚସା କରୁଥିବା ନଜର ଆସିଛନ୍ତି । ଏହାପରେ ହୋଟେଲ କର୍ମଚାରୀମାନେ ତାଙ୍କୁ ବୁଝାଶୁଝା କରି ଘଟଣା ସ୍ଥଳରୁ ନେଇଯାଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।