୨୦୧୯ରେ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟକା : ଏକାକୀ ଲଢିବ ଶିବସେନା

19

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପୂର୍ବରୁ ବିଜେପିକୁ ଆଜି ବଡ ଝଟକା ଲାଗିଛି । ଶିବସେନା ଆଗାମୀ ନିିର୍ବାଚନ ଏକାକୀ ଲଢିବ ବୋଲି ଆଜି ଘୋଷଣା କରିଛି । ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ବିଜେପି ସଭାପତି ଅମିତ ଶାହ ଭେଟିବାର ୨୪ ଘଂଟା ନ ପୂରୂଣୁ ଶିବସେନାର ଏହି ଘୋଷଣା ବିଜେପିକୁ ବଡ ଝଟକା ଦେଇଛି । ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି, ୨୦୧୯ରେ ଦଳ ଏକାକୀ ଲଢିବାକୁ ନୀତିଗତ ନିଷ୍ପତି ନେଇଛନ୍ତି । ସେ କହିଛନ୍ତି, ଦଳ ଅମିତ ଶାହଙ୍କ ଏଜେଣ୍ଡାକୁ ଜାଣିଛି । କିନ୍ତୁ ଦଳ ଏକାକୀ ଲଢିବାକୁ ନୀତିଗତ ନିଷ୍ପତି ନେଇସାରିଛି । ଗତକାଲି ମୁମ୍ବାଇର ମାତୋଶ୍ରୀରେ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ ଅମିତ ଶାହ । ଏହସତ୍ୱେ ଦୁଇ ନେତାଙ୍କ ମଧ୍ୟରେ ଆସନ ବୁଝାମଣା ନେଇ ସହମତି ହୋଇନଥିବା ଏଥିରୁ ସ୍ପଷ୍ଟ ହୋଇଛି ।

amit-shah
image courtesy-http://indianexpress.com

ସୂଚନାଯୋଗ୍ୟ ଦିନକୁ ଦିନ ବିଜେପି ପାଇଁ ଅଡୁଆ ହେଉଛି ବିରୋଧୀଙ୍କ ମେଣ୍ଟ । ଫଳରେ ବିଜେପିର ଲୋକପ୍ରିୟତା ହ୍ରାସ ପାଇବା ସହିତ ବିଭିନ୍ନ ରାଜ୍ୟରୁ ଧିରେ ଧିରେ କରି ବିଜେପିକୁ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି । ଆଉ ଏନେଇ ବିଜେପି ନୂଆ ରଣନୀତି ଆପଣାଇବା ପାଇଁ ଚେଷ୍ଟା କରୁଛି । ୨୦୧୪ ନିର୍ବାଚନ ପରଠାରୁ ବିଜେପିଠୁଁ ସମଦୂରତା ରକ୍ଷା କରୁଥିବା ଶିବସେନାକୁ ନିଜ ଦଳ ସହିତ ପୁଣି ହାତ ମିଳାଇବା ପାଇଁ ପ୍ରୟାସ ଆରମ୍ଭ କରିଥିଲା ବିଜେପି । ଯେଉଁଥିପାଇଁ ଶିବସେନାର ଅମିତ ଶାହା ସାକ୍ଷାତ କରିଥିଲେ । ତେବେ ଏଥିରେ ବି ବିଜେପିକୁ ନିରାଶ ହେବାକୁ ପଡ଼ିଛି ।